ଓଡିଶା

odisha

ETV Bharat / business

ସଙ୍କଟରେ ଜୁଝୁଛି ରିୟଲ-ଇଷ୍ଟେଟ, ଦରମା ହ୍ରାସ ସହ ଛଟେଇ ଜାରି

ଜିଏସଟି, ରେରା , ବିମୁଦ୍ରିକରଣ ଭଳି ବିଭିନ୍ନ କାରଣରୁ ରିଅଲଇଷ୍ଟେଟ ସେକ୍ଟର ଗତ 3-4 ବର୍ଷ ଧରି ସଙ୍କଟ ମଧ୍ୟରେ ଜୁଝୁଛି । ଏବେ ପୁଣି କୋରୋନା ସଙ୍କଟ ଏହି ସେକ୍ଟରର ଅଣ୍ଟା ଭାଙ୍ଗିଦେଇଛି । ଅଧିକ ପଢନ୍ତୁ..

Real estate
Real estate

By

Published : Jun 29, 2020, 2:37 PM IST

ମୁମ୍ବାଇ: କୋରୋନା ମାଡରେ ରିଅଲ ଇଷ୍ଟେଟ ବ୍ୟବସାୟ ମାନ୍ଦା । ବିକ୍ରି ହ୍ରାସ ହେଉଥିବା ବେଳେ କାମ ଅଧପନ୍ତରିଆ ପଡିଛି । ଏପଟେ ଆୟ ନଥିବାକୁ କମ୍ପାନୀ କର୍ମଚାରୀଙ୍କ ଦରମା କାଟ ସହ ଛଟେଇ କରୁଛି । ଆଗାମୀ ଦିନରେ ମଧ୍ୟ ବିକ୍ରି ଦୁର୍ବଳ ରହିବା ଆଶଙ୍କା କରି କମ୍ପାନୀଗୁଡିକ ନିଜ ଖର୍ଚ୍ଚ କାଟିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏ ନେଇ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ବିଶେଷଜ୍ଞଙ୍କ ଅନୁଯାୟୀ, ବିମୁଦ୍ରୀକରଣ, ରିଅଲ ଇଷ୍ଟେଟ ରେଗୁଲେସନ ଆକ୍ଟ (ରେରା), ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଭଳି ନୂତନ ବ୍ୟବସ୍ଥା ଲାଗୁ ଯୋଗୁଁ ବିଭିନ୍ନ ପ୍ରତିବନ୍ଧକର ସାମ୍ନା ତଥା ମଞ୍ଜୁରୀ ମିଳିବାରେ ବିଳମ୍ବ କାରଣରୁ ରିଅଲଇଷ୍ଟେଟ ସେକ୍ଟର ଗତ 3-4 ବର୍ଷ ଧରି ସଙ୍କଟ ମଧ୍ୟରେ ଜୁଝୁଛି ।

ଆଉ ଏବେ ପୁଣି କୋରୋନା ମହାମାରୀ କ୍ରେତାଙ୍କ ଧାରଣାକୁ ପ୍ରଭାବିତ କରିବା ସହ ବିକ୍ରି ପରିମାଣକୁ ତଳମୁହାଁ କରିଛି । ଫଳରେ ଏହି ସେକ୍ଟରକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଉଦ୍ୟୋଗ ଜଗତ ଅନୁସାରେ ରିଅଲ ଇଷ୍ଟେଟ ସେକ୍ଟରରେ 60-70 ଲକ୍ଷ ଲୋକ କାର୍ଯ୍ୟରତ ଅଛନ୍ତି । ଯେଉଁଥିରୁ 2 ଲକ୍ଷ କୁଶଳୀ କର୍ମଚାରୀଙ୍କୁ ଛଟେଇ କରିବା ସମ୍ଭାବନା ରହିଛି । ଏବେ ସୁଦ୍ଧା 60 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ବାହାର କରାଗଲାଣି । ଏ ନେଇ ସରକାରୀ ଡକ କମ ଇମ୍ପୋ ପକ୍ଷରୁ ସୂଚନା ଦିଆଯାଇଅଛି ।

ABOUT THE AUTHOR

...view details