ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ନିଷ୍ପତ୍ତିରେ ସନ୍ତୁଷ୍ଟ ଦେଶର ପ୍ରମୁଖ ବାଣିଜ୍ୟ ଏବଂ ଶିଳ୍ପ ବୋର୍ଡ । ବୋର୍ଡ କହିଛି ଯେ, ମୁଦ୍ରାନୀତିରେ ଏକ ଉଦାରବାଦୀ ଆଭିମୁଖ୍ୟ ବଜାୟ ରଖିବା ପାଇଁ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଶିଳ୍ପ ଏବଂ ବାଣିଜ୍ୟର ଆତ୍ମବିଶ୍ବାସ ବଢାଇବ ।
ବ୍ୟବସାୟରେ ବିଶ୍ବାସ ଆଣିବ ଆରବିଆଇ ପଲିସି - ଆସୋଚାମ
ଆସୋଚାମ (ଆସୋସିଏଟ ଚାମ୍ବର ଅଫ କମର୍ସ ଅଫ ଇଣ୍ଡିଆ) କହିଛି କି କେନ୍ଦ୍ରୀୟ ବ୍ୟାଙ୍କର ଏମପିସି ନିଷ୍ପତ୍ତି ଆଗାମୀ ଦିନରେ କିଛି ଉପାୟକୁ ବହୁ ସମର୍ଥନ ଦେବ । ଅଧିକ ପଢନ୍ତୁ..
ଉଦ୍ୟୋଗ ସଙ୍ଗଠନ ଆସୋଚାମ (ଆସୋସିଏଟ ଚାମ୍ବର ଅଫ କମର୍ସ ଅଫ ଇଣ୍ଡିଆ) କହିଛି କି କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଆଗାମୀ ଦିନରେ କିଛି ଉପାୟକୁ ବହୁ ସମର୍ଥନ ଦେବ ।
ରିଜର୍ଭ ବ୍ୟାଙ୍କ ବୁଧବାର ତ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା କରିଛି । ଏହା ଅନୁସାରେ ଏଥର ରେପୋରେଟ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବ ଥର ଭଳି ଏହା 4 ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଏଥିସହ ହିଁ ରିଜର୍ଭ ବ୍ୟାଙ୍କ ନିଜ ଆଭିମୁଖ୍ୟକୁ ଉଦାରବାଦୀ ରଖିଛି । କୋରୋନା ଭାଇରସ ମହାମାରୀ ପୁଣି ଥରେ ଉଭା ହେବା କାରଣରୁ ଆର୍ଥିକ ଅଭିବୃଦ୍ଧି ସମ୍ମୁଖରେ ନୂଆ ବିପଦ ସୃଷ୍ଟି କରୁଥିବା ଜଣାପଡିଛି ।