ଓଡିଶା

odisha

ETV Bharat / business

ନୂଆ ଡିଜିଟାଲ କରେନ୍ସି ଆଣିବ ଆରବିଆଇ - ଡିଜିଟାଲ କରେନ୍ସି

କ୍ରିପ୍ଟୋକରେନ୍ସିର ବିକଳ୍ପ ଆଣିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଟେକ୍ନୋଲୋଜି କ୍ରାନ୍ତିରେ ଭାରତ ପଛରେ ନ ରହିବା ସହ ଡିଜିଟାଲ କରେନ୍ସି ଆଣିବାକୁ ପ୍ରସ୍ତୁତି କରୁଛି ଆରବିଆଇ । ଅଧିକ ପଢନ୍ତୁ..

ନୂଆ ଡିଜିଟାଲ କରେନ୍ସି ଆଣିବ ଆରବିଆଇ
ନୂଆ ଡିଜିଟାଲ କରେନ୍ସି ଆଣିବ ଆରବିଆଇ

By

Published : Feb 26, 2021, 4:01 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କ ଏକ ଡିଜିଟାଲ କରେନ୍ସି ଉପରେ କାମ କରୁଛି । ଖୁବ ଶୀଘ୍ର ଦେଶରେ ଏକ ଡିଜିଟାଲ କରେନ୍ସି ଜାରି ହେବ । ଯାହାକି ସମ୍ପୁର୍ଣ୍ଣ ଭାବେ କ୍ରିପ୍ଟୋ କରେନ୍ସି ଠାରୁ ଅଲଗା ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଶକ୍ତିକାନ୍ତ ଦାସ ଏ ନେଇ କହିଛନ୍ତି ।

ସମଗ୍ର ବିଶ୍ବରେ ବିଟ କଏନ ଭଳି କ୍ରିପ୍ଟୋକରେନ୍ସି ଚାହିଦା ବଢିବାରେ ଲାଗିଛି । ହେଲେ କ୍ରିପ୍ଟୋକରେନ୍ସିକୁ ଆପଣାଇବାକୁ କଣ୍ଠିତ ଭାରତ । କିନ୍ତୁ ଡିଜିଟାଲ କ୍ରାନ୍ତି ରେସରେ ଭାରତ ପଛୁଆ ରହିପାରିବ ନାହିଁ । ବ୍ଲକଚେନ ଟେକ୍ନୋଲୋଜିର ଫାଇଦା ଆପଣାଇବାର ଆବଶ୍ୟକତା ରହିଛି । ଶକ୍ତିକାନ୍ତ କହିଛନ୍ତି କି କ୍ରିପ୍ଟୋ କରେନ୍ସିକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଚିନ୍ତା ରହିଛି । ଏହା ପୂର୍ବରୁ ସରକାର ମଧ୍ୟ ସଂସଦରେ କହିଥିଲେ କି ସେ ଶୀଘ୍ର କ୍ରିପ୍ଟୋ କରେନ୍ସି ଉପରେ ବିଲ ଆଣିବେ ।

ଭାରତରେ ଏବେ ସୁଦ୍ଧା ବିଟକଏନ ଭଳି କ୍ରିପ୍ଟୋ କରେନ୍ସି ଲିଗାଲ ଟେଣ୍ଡର ଅର୍ଥାତ ବୈଧ ମୁଦ୍ରା ନୁହେଁ । ଏଥିଲାଗି କ୍ରିପ୍ଟୋକେନ୍ସିଂ ଉପରେ ଟିକସ ଏକ ବିବାଦୀୟ ପ୍ରସଙ୍ଗ ଏବଂ ଏହା ଆଇନଗତ ସମସ୍ୟା ସୃଷ୍ଟି କରିପାରେ

ସରକାର ଶୀଘ୍ର କ୍ରିପ୍ଟୋ କରେନ୍ସି ଉପରେ ବିଧେୟକ ଆଣିବେ । କାରଣ ବର୍ତ୍ତମାନର ଆଇନ ସମ୍ବନ୍ଧୀତ ମାମଲାର ମୁକାବିକା ପାଇଁ ପର୍ଯ୍ୟାପ୍ତ ନୁହେଁ । ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ଏ ନେଇ ସୂଚନା ଦେଇଥିଲେ । ସେ କହିଥିଲେ କି ନିୟାମକ ସଂସ୍ଥା ଭଳି ଆରବିଆଇ ଓ ସେବି ପାଖରେ କ୍ରିପ୍ଟୋକରେନ୍ସିକୁ ସିଧାସଳଖ ରେଗୁଲେଟ କରିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନାହିଁ । କାରଣ ଏହା କୌଣସି କରେନ୍ସି, ଆସେଟ , ସିକ୍ୟୁରିଟିଜ ବା କମୋଡିଟି ନୁହେଁ । ବର୍ତ୍ତମାନର ଆଇନ ଏହି ମାମଲାର ସମାଧାନ ପାଇଁ ପର୍ଯ୍ୟାପ୍ତ ନୁହେଁ ।

ପ୍ରକାଶ ଯେ, ଭର୍ଚୁଆଲ୍ ମୁଦ୍ରା ସହ ଜଡିତ ଏକ ଆନ୍ତ ମନ୍ତ୍ରୀ କମିଟି ଏହାର ରିପୋର୍ଟ ଦାଖଲ କରିଛି । କ୍ୟାବିନେଟ ସଚିବଙ୍କ ନେତୃତ୍ବରେ ସଚିବମାନଙ୍କ କମିଟି ମଧ୍ୟ ଏହାର ରିପୋର୍ଟ ଦାଖଲ କରିଛି ।

ABOUT THE AUTHOR

...view details