ଓଡିଶା

odisha

ETV Bharat / business

ବ୍ୟାଙ୍କ ଘରୋଇକରଣ ମାମଲା, ପ୍ରତିକ୍ରିୟା ଦେଲେ RBI ଗଭର୍ଣ୍ଣର - ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ସରକାରୀ ବ୍ୟାଙ୍କ ଘରୋଇକରଣ, ଆଉ ଏହାକୁ ନେଇ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ମଧ୍ୟରେ ସାମ୍ନାକୁ ଆସିଛି ଆରବିଆଇ ଗଭର୍ଣ୍ଣରଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ..

ବ୍ୟାଙ୍କ ଘରୋଇକରଣ ମାମଲା, ଏଭଳି କହିଲେ ଆରବିଆଇ ଗଭର୍ଣ୍ଣର
ବ୍ୟାଙ୍କ ଘରୋଇକରଣ ମାମଲା, ଏଭଳି କହିଲେ ଆରବିଆଇ ଗଭର୍ଣ୍ଣର

By

Published : Mar 26, 2021, 6:21 AM IST

ନୂଆଦିଲ୍ଲୀ: ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ଘରୋଇକରଣକୁ ନେଇ ସରକାରଙ୍କ ସହ ଚର୍ଚ୍ଚା କରୁଛି ଆରବିଆଇ । ଆଉ ଏହି ପରିକ୍ଷେପ୍ରୀରେ ପ୍ରକ୍ରିୟାରେ ଆଗକୁ ବଢାଯାଉଛି । ଏନେଇ ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି ଆରବିଆଇ , ଦାମ ଓ ଆର୍ଥିକ ସ୍ଥିରତାକୁ ବଜାୟ ରଖିବା ସହ ଅର୍ଥବ୍ୟବସ୍ଥାରେ ପୁନରୁଦ୍ଧାର ପାଇଁ ନିଜର ସମସ୍ତ ନୀତିଗତ ଉପାୟର ଉପଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ ।

ଦାସ ଟାଇମ୍ସ ନେଟୱର୍କ ଇଣ୍ଡିଆ ଇକୋନୋମିକ କନକ୍ଲେଭରେ କହିଛନ୍ତି କି, ‘‘ଆମେ ସାର୍ବଜନୀକ କ୍ଷେତ୍ର ବ୍ୟାଙ୍କର ଘରୋଇକରଣକୁ ନେଇ ସରକାରଙ୍କ ସହ ଚର୍ଚ୍ଚା କରୁଛୁ । ଆଉ ଏହି ସମ୍ପର୍କରେ ପ୍ରକ୍ରିୟାକୁ ଆଗକୁ ବଢାଯାଉଛି । ଏନେଇ ଆରବିଆଇ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟରେ ବଜେଟ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ଆଉ ପରେ ବି ଆଲୋଚନା ହେବ ।

ପ୍ରକାଶ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021 ଫେବୃଆରୀରେ ବଜେଟ ଆଗତ କରି ସାର୍ବଜନୀକ କ୍ଷେତ୍ରର 2 ବ୍ୟାଙ୍କ ଓ ଗୋଟିଏ ସାଧାରଣ ବୀମା କମ୍ପାନୀର ଘରୋଇକରଣ ପାଇଁ ପ୍ରସ୍ତାବ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ କି ଦେଶରେ କୋଭିଡ-19 ସଂକ୍ରମଣ ବଢାଇବା ମାମଲା ଚିନ୍ତାର ବିଷୟ । ହେଲେ ଏହାର ମୁକାବିଲା ପାଇଁ ଏଥର ଆମ ପାଖରେ ଅତିରିକ୍ତ ଉପାୟ ରହିଛି ।

ଦାସ ଆଶା ପ୍ରକାଶ କରିଛନ୍ତି କି କୋରୋନା ଭାଇରସ ସଂକ୍ରମଣକୁ ନେଇ ନୂଆ ଲହର ଦ୍ବାରା ଆର୍ଥିକ ବୃଦ୍ଧିରେ ସୁଧାର ଗତି ପ୍ରଭାବିତ ହେବ ନାହିଁ । ଆରବିଆଇ ଆର୍ଥିକ ବର୍ଷ 2021-22 ପାଇଁ 10.5 ପ୍ରତିଶତର ବୃଦ୍ଧି ଲକ୍ଷ୍ୟକୁ ବଜାୟ ରଖିବ । କୋଭିଡ ସଂକ୍ରମଣ ତୀବ୍ର ଗତିରେ ବଢିବା ଓ ଅନେକ ସହରେର ଏହାର ପ୍ରଭାବ କାରଣରୁ ଲକଡାଉନ ଲଗାଇବା ଆଶଙ୍କା ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଆଶ୍ବସନା ଗୁରୁତ୍ବପୂର୍ଣ୍ଣ ।

ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁଦ୍ଧାର ନିରବଚ୍ଛିନ୍ନ ଭାବରେ ଜାରି ରହିବା ଦରକାର । ଆଉ 2021-22 ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି 10.5 ପ୍ରତିଶତ ରହିବ ବୋଲି ଆରବିଆଇ କରିଥିବା ଅନୁମାନ ହ୍ରାସ ହେବ ବୋଲି ମନେ ହେଉନି ବୋଲି ଦାସ ମତ ରଖିଛନ୍ତି ।

ABOUT THE AUTHOR

...view details