ଓଡିଶା

odisha

ETV Bharat / business

କୋରୋନା ଦାଉରୁ ଅର୍ଥବ୍ୟବସ୍ଥା ମୁକୁଳାଇବାକୁ RBIର ରଣନୀତି ପ୍ରସ୍ତୁତି - financial stability

‘‘ଆମେ ଏକ ଅସଧାରଣ ସମୟ ମଧ୍ୟରେ ଗତି କରୁଛୁ । ଆଉ ବର୍ତ୍ତମାନ ଦେଶ ଯେଉଁ ସ୍ଥିତିର ସାମ୍ନା କରୁଛି, ତାହା ଅଦ୍ଭୁଦପୂର୍ବ । ଏଥିପାଇଁ ଘରୋଇ ଅର୍ଥବ୍ୟବସ୍ଥାକୁ ମହାମାରୀ କୁପ୍ରଭାବକୁ ବଞ୍ଚାଇବା ପାଇଁ ପ୍ରତିଟି ପ୍ରୟାସ ଜରୁରୀ ।’’

rbi to use any means necessary to revive growth preserve financial stability governor das
କୋରୋନା ଦାଉରୁ ଅର୍ଥବ୍ୟବସ୍ଥା ମୁକୁଳାଇବାକୁ ଆରବିଆଇର ରଣନୀତି ପ୍ରସ୍ତୁତି

By

Published : Apr 13, 2020, 6:12 PM IST

ମୁମ୍ବାଇ: କୋରୋନା ମହାମାରୀରେ ପ୍ରଭାବିତ ଘରୋଇ ଅର୍ଥବ୍ୟବସ୍ଥା । ଆଉ ଏହାକୁ ସୁଧାରିବା ସହ ଟ୍ରାକକୁ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସର ଦରକାର ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଆହ୍ବାନ ଦେଇଛନ୍ତି ।

ମୁଦ୍ରାନୀତି ସମୀକ୍ଷା(ଏମପିସି) ବୈଠକ ସମୟରେ ଦାସ କହିଛନ୍ତି ଯେ, ମାକ୍ରୋ-ଇକୋନୋମିକ ଉପରେ ପ୍ରଥମେ ଏହାର ପ୍ରଭାବକୁ ରୋକିବାକୁ ପଡିବ । ଏଭଳି ପରିସ୍ଥିତିରେ ବିଭିନ୍ନ କ୍ଷେତ୍ରରେ ଅର୍ଥର ସୁଗମ ପ୍ରବାହକୁ ସୁନିଶ୍ଚିତ କରିବା ଅନିବାର୍ଯ୍ୟ । କାରଣ ଏହା ଦେଶ ଅର୍ଥବ୍ୟବସ୍ଥାର ମୂଳପିଣ୍ଡ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆମେ ଏକ ଅସଧାରଣ ସମୟ ମଧ୍ୟରେ ଗତି କରୁଛୁ । ଆଉ ବର୍ତ୍ତମାନ ଦେଶ ଯେଉଁ ସ୍ଥିତିର ସାମ୍ନା କରୁଛି, ତାହା ଅଦ୍ଭୁଦପୂର୍ବ । ଏଥିପାଇଁ ଘରୋଇ ଅର୍ଥବ୍ୟବସ୍ଥାକୁ ମହାମାରୀ କୁପ୍ରଭାବକୁ ବଞ୍ଚାଇବା ପାଇଁ ପ୍ରତିଟି ପ୍ରୟାସ ଜରୁରୀ ।’’

ତେବେ ଆଶ୍ବସ୍ତିର ବିଷୟରେ ଯେ, ଭାରତୀୟ ଅର୍ଥବ୍ୟବସ୍ଥକୁ ମାକ୍ରୋ ଇକୋନୋମିକରେ ନିରନ୍ତର ସୁଧାର ହେଉଛି । ବିଶେଷ କରି ବୈଷିକ ଆର୍ଥିକ ସଙ୍କଟ ପରେ ସ୍ଥିତିକୁ ଦେକିବାରୁ ଗଲେ ଏଥିରେ ସୁଧାର ରହିଛି ।

ଏଥିମଧ୍ୟରେ ଦାସ ମାର୍ଚ୍ଚ 24, 26 ଓ 27ରେ ହୋଇଥିୂବା ବୈଠକ ସମୟରେ ସୁଧ ହାର 75 ବେସିସ ପଏଣ୍ଟ ହ୍ରାସ ନେଇ ମଧ୍ୟ ସହମତି ପ୍ରତାଶ କରିଛନ୍ତି ।

ABOUT THE AUTHOR

...view details