ଓଡିଶା

odisha

ETV Bharat / business

ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ, 500 କୋଟିର ପାଣ୍ଠି ଗଠନ କରିବ ଆରବିଆଇ - Payments Infrastructure Development Fund

ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ 500 କୋଟି ଟଙ୍କାର ପିଡିଏଫ ଗଠନ କରିବାକୁ ଘୋଷଣା କରିଛି । ଏହା ଅଧିନରେ ଛୋଟ ସହର ଓ ଉତ୍ତରପୂର୍ବ ରାଜ୍ୟରେ POS ମେସିନ ଲଗାଯିବ । ଅଧିକ ପଢନ୍ତୁ..

RBI sets up fund to push PoS machines in small towns
500 କୋଟିର ପାଣ୍ଠି ଗଠନ କରିବ ଆରବିଆଇ

By

Published : Jun 6, 2020, 3:16 PM IST

ମୁମ୍ବାଇ: ଛୋଟ ସହର ଓ ଉତ୍ତରପୂର୍ବ ରାଜ୍ୟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ 500 କୋଟି ଟଙ୍କାର ପେମେଣ୍ଟ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଫଣ୍ଡ (ପିଡିଏଫ) ଗଠନ କରିବାକୁ ଘୋଷଣା କରିଛି । ଏହା ଅଧିନରେ ଏସବୁ ସ୍ଥାନରେ ପଏଣ୍ଟ ଅଫ ସେଲ(POS) ମେସିନ ଲଗାଯିବ ।

ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି କି, ନିକଟ ବର୍ଷରେ ଦେଶରେ ପେମେଣ୍ଟ ଇକୋସିଷ୍ଟମରେ ବହୁତ ପରିବର୍ତ୍ତନ ଆସିଛି । ଏବେ ପେମଣ୍ଟ ପାଇଁ ଅନେକ ବିକଳ୍ପ ଯେପରିକି ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍ ଫୋନ୍ ଏବଂ କାର୍ଡ ଉପଲବ୍ଧ । ବର୍ତ୍ତମାନ ଏହାକୁ ଆହୁରୀ ପ୍ରୋତ୍ସାହିତ ପାଇଁ ବିଶେଷ କରି ଦୁର୍ଗମ ଅଞ୍ଚଳରେ ଏକ ଗ୍ରହଣୀୟ ସଂରଞ୍ଚନା ଢାଞ୍ଚା ତିଆରି କରିବା ଆବଶ୍ୟକ ।

ଏହି ପାଣ୍ଠିରେ କେନ୍ଦ୍ରୀୟ ବ୍ୟାଙ୍କ ପ୍ରାରମ୍ଭିକ 250 କୋଟି ଟଙ୍କା ଯୋଗାଇବ। ବାଲାନ୍ସ ରାଶି କାର୍ଡ ପ୍ରଦାନକାରୀ ବ୍ୟାଙ୍କ ଏବଂ କାର୍ଡ ନେଟୱାର୍କ ଦ୍ୱାରା ପ୍ରଦାନ କରାଯିବ । ଏହା ବ୍ୟତୀତ, PIDFକୁ କାର୍ଡ ପ୍ରଦାନକାରୀ ବ୍ୟାଙ୍କ ଏବଂ କାର୍ଡ ନେଟୱାର୍କ ଦ୍ବାରା ପରିଚାଳିତ ଖର୍ଚ୍ଚକୁ ପୂରଣ କରିବା ପାଇଁ ବାରମ୍ବାର ଯୋଗଦାନ (ଟଙ୍କା) ମଧ୍ୟ ଦିଆଯିବ ।

ବାର୍ଷିକ ଆଧାରରେ କୌଣସି ଅଭାବ ହେଲେ ତାହାର ପୂରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସହଯୋଗ କରିବ ବୋଲି ବିବୃତ୍ତିରେ କୁହାଯାଇଛି । ପରାମର୍ଶଦାତା ପରିଷଦ ଦ୍ୱାରା PIDF ତଦାରଖ କରାଯିବ । ଏହାର ପ୍ରଶାସନିକ ନିୟନ୍ତ୍ରଣ ରିଜର୍ଭ ବ୍ୟାଙ୍କ ପାଖରେ ରହିବ।

ABOUT THE AUTHOR

...view details