ଓଡିଶା

odisha

By

Published : Mar 23, 2020, 5:23 PM IST

ETV Bharat / business

ଆରବିଆଇର ‘ୱାର ରୁମ’ ପ୍ରସ୍ତୁତ, 24 ଘଣ୍ଟା କାମ କରୁଛନ୍ତି 90 କର୍ମଚାରୀ

କୋରୋନା କବଳରୁ ଦେଶର ଆର୍ଥିକ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଆରବିଆଇ ନିଜ ପ୍ରୟାସରେ ଏକ ଯୁଦ୍ଧ କକ୍ଷ ପ୍ରସ୍ତୁତ କରିଛି । ଏଥିରେ 90 ଗୁରୁତ୍ବପୂ୍ର୍ଣ୍ଣ କର୍ମଚାରୀ 24 ଘଣ୍ଟା ଧରି ସୁରକ୍ଷିତ ଭାବେ କାମ କରିପାରିବେ ।

RBI set up war-room in just one day amid coronavirus outbreak
ଆରବିଆଇର ‘ୱାର ରୁମ’ ପ୍ରସ୍ତୁତ, 24 ଘଣ୍ଟା କାମ କରୁଛନ୍ତି 90 କର୍ମଚାରୀ

ମୁମ୍ବାଇ: ବିଶ୍ବକୁ ଘାରିଛି ପ୍ରାଣଘାତୀ କୋରୋନା ଭାଇରସ ଭୟ । ଏଥିରୁ ମୁକୁଳିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରୟାସ । ଏଥିମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତାର କର୍ମଚାରୀଙ୍କ ପାଇଁ କରିଛି ବିଶେଷ ପ୍ରସ୍ତୁତି ।

ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ଏବଂ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ଆରବିଆଇ ଜରୁରୀକାଳୀନ ସ୍ତରରେ ଏକ ଯୁଦ୍ଧ କକ୍ଷ ପ୍ରସ୍ତୁତ କରିଛି । ଏହି କୋଠରୀରେ ରିଜର୍ଭ ବ୍ୟାଙ୍କର 90 ଗୁରୁତ୍ବପୂର୍ଣ୍ଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି | ଜଣେ ଅଧିକାରୀଙ୍କ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଆକସ୍ମିକ କାର୍ଯ୍ୟ ଯୋଜନା (ବିସିପି) ଅଧୀନରେ ଏହି କୋଠରୀ ପ୍ରସ୍ତୁତ କରିଛି । ଏହା ମାର୍ଚ୍ଚ 19 ଠାରୁ କାର୍ଯ୍ୟ କରୁଛି , ଏହା 24 ଘଣ୍ଟା ସକ୍ରିୟ ରହିଛି |

ରିଜର୍ଭ ବ୍ୟାଙ୍କର 90 ଜଣ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଏହି କୋଠରୀରେ କାମ କରୁଛନ୍ତି । ଏହା ବ୍ୟତୀତ ବାହ୍ୟ ବିକ୍ରେତାଙ୍କର 60 ଜଣ ମୁଖ୍ୟ କର୍ମଚାରୀ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ପ୍ରାୟ 70 ଜଣ ଲୋକ ମଧ୍ୟ ଏହି କୋଠରୀ ପାଇଁ କାର୍ଯ୍ୟ କରୁଛନ୍ତି ।

ରିଜର୍ଭ ବ୍ୟାଙ୍କର କର୍ମଚାରୀଙ୍କ ସହିତ ଦେଶର ଆର୍ଥିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଏହି କକ୍ଷର ପରିଚାଳନା ଏଭଳି ନିୟନ୍ତ୍ରିତ କରାୟାଉଛି ଯେ, ଯେପରି ସମୟ ସହ କେବଳ 45 କର୍ମଚାରୀ କାମ କରିପାରିବେ । ଆଉ ବାକି 45 ଜଣଙ୍କୁ କାମ ବୋଝ ବଢିବା ସ୍ଥିତିରେ ସୁରକ୍ଷିତ ରଖାଯାଉଛି ।

ପ୍ରଥମ ଥର ପାଇଁ ଦୁନିଆର କୌଣସି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ବିସିପି ପ୍ରଣାଳୀକୁ ବ୍ୟବହାର କରୁଛି । ଏହା ଆମ ଇତିହାସରେ ପ୍ରଥମ । କାରଣ ପୂର୍ବରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଆମେ ଏଭଳି ବ୍ୟବସ୍ଥା କରିନଥିଲୁ ବୋଲି ଗଣମାଧ୍ୟମକୁ ବିଭାଗୀୟ ଅଧିକାରୀ ଜଣାଇଛନ୍ତି ।

ରିଜର୍ଭ ବ୍ୟାଙ୍କ କୋଟି କୋଟି ନେଣ-ଦେଣ ପରିଚାଳନା କରେ । ଏହାର କେନ୍ଦ୍ରୀୟ ଏବଂ 31 ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରାୟ 14,000 ଲୋକ କାମ କରନ୍ତି । ସେହିଭଳି ଯେଉଁ ଗୁରୁତ୍ବପୂର୍ଣ୍ଣ ସେବାକୁ କକ୍ଷରୁ କରାଯାଏ , ତାହାର ପରିଚାଳନାରେ ପ୍ରାୟ 1,500 ଲୋକ ମିଶି କରିଥାନ୍ତି | ଆରବିଆଇ କର୍ମଚାରୀ ସଂଗଠନର ସୂତ୍ର ଅନୁଯାୟୀ, କେବଳ 10 ପ୍ରତିଶତ କର୍ମଚାରୀ ଏକ ସପ୍ତାହରୁ ଅଧିକ ସମୟ ପାଇଁ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଆସୁଛନ୍ତି ।

ABOUT THE AUTHOR

...view details