ଓଡିଶା

odisha

By

Published : Jan 24, 2020, 4:38 PM IST

ETV Bharat / business

ବିଦେଶୀ ନିବେଶକଙ୍କୁ ଆକୃଷ୍ଟ ପାଇଁ ଆରବିଆଇର ବଡ ଘୋଷଣା

ଟ୍ରାକରୁ ଖସିଯାଇଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାକୁ ଆରବିଆଇର ବଡ ଘୋଷଣା । ଭାରତରେ ନିବେଶ ପାଇଁ ଆକୃଷ୍ଟ କରିବାକୁ ଏଫପିଆଇ ଲିମିଟକୁ ବଢାଇବାରୁ ନିଷ୍ପତ୍ତି ନିଆଯାଇଛି ।

rbi raises investment limit for fpis in debt
ବିଦେଶୀ ନିବେଶକଙ୍କୁ ଆକୃଷ୍ଟ ପାଇଁ ଆରବିଆଇର ବଡ ଘୋଷଣା

ମୁମ୍ବାଇ: ସରକାରୀ ଓ କମ୍ପାନୀ କର ବଣ୍ଡରେ ବିଦେଶୀ ପୋର୍ଟଫୋଲିୟୋ ନିବେଶକ(ଏଫପିଆଇ)ଙ୍କ ପାଇଁ 30 ପ୍ରତିଶତକୁ ବଢିଲା ନିବେଶ ସୀମା । ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଦ୍ବାରା ଦେଶରେ ବିଦେଶୀ ପୁଞ୍ଜି ଆଣିବା ସହଜ ହେବ ।


ବର୍ତ୍ତମାନ ରହିଥିବା ନିୟମ ଅନୁଯାୟୀ, ଏଫପିଆଇରେ କେନ୍ଦ୍ର ସରକାରଙ୍କ ଟ୍ରେଜେରି ବିଲ ବା ରାଜ୍ୟ ବିକାଶ ଋଣରେ ନିବେଶ ତାର ମୋଟ ନିବେଶର 20 ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ । ଏହି ନିୟମ କମ୍ପାନୀ ବଣ୍ଡରେ ଲାଗୁ ରହିଛି ।

ଆରବିଆଇ ଅନୁସାରେ, ଅଳ୍ପକାଳୀନ ନିବେଶ ସୀମା ଏବେ 20 ରୁ ବୃଦ୍ଧି ପାଇ 30 ପ୍ରତିଶତରେ ପହଞ୍ଚିଛି । ଏଥିମଧ୍ୟରେ ଆରବିଆଇ ବଣ୍ଡରେ ଏଫପିଆଇ ନିବେଶ ପାଇଁ ସ୍ବଚ୍ଛ ରିଟଶନ ମାର୍ଗ (ବିଆଇଆର)ରେ ରିହାତି ଦିଆଯାଇଛି । ଅନ୍ୟ ପରିଚୟ ପତ୍ରରେ ବ୍ୟାଙ୍କ କହିଛି କି, ବିଆଇଆର ଜରିଆରେ ନିବେଶ ସୀମା ଦ୍ବିଗୁଣା କରି 1.5 ଲକ୍ଷ କୋଟି ଟଙ୍କା କରିଦିଆଯାଇଛି । ପୂର୍ବରୁ ଏହି ସୀମା 75,000 କୋଟି ଟଙ୍କା ରହିଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଆରଆରକୁ 2019 ମାର୍ଚ୍ଚରେ ଲାଗୁ କରାଯାଇଥିଲା । ଏହା ଜରିଆରେ ଏଫପିଆଇ ଡେଟ ମାର୍କେଟ ସିଧା ନିବେଶ କରିପାରିବେ । ବିଆରଆର ସ୍କିମ ଅଧିନରେ 2019 ଡିସେମ୍ବର 32 ସୁଦ୍ଧା ଭାରତରେ ଡେଟ ମାର୍କେଟରେ 54,300 କୋଟି ଟଙ୍କା ନିବେଶ କରାଯାଇସାରିଛି ।

ABOUT THE AUTHOR

...view details