ମୁମ୍ବାଇ: ବ୍ୟାଙ୍କଗୁଡିକର ପ୍ରମୋଟର୍ ଗ୍ରୁପ୍ ସହିତ ସମ୍ପୃକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଙ୍କ ବୟସ ସୀମାକୁ 70 ବର୍ଷ ଏବଂ ସର୍ବାଧିକ କାର୍ଯ୍ୟକାଳ 10 ବର୍ଷ କରିବାକୁ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ।
ଆରବିଆଇର ନୂଆ ପ୍ରସ୍ତାବ, ବ୍ୟାଙ୍କ CEO ଓ WTDଙ୍କ ବୟସସୀମା ହେବ 70 ବର୍ଷ ! - banks CEO
ବ୍ୟାଙ୍କିଙ୍ଗ ସେକ୍ଟରରେ ଉନ୍ନତି ପାଇଁ ଆରବିଆଇର ପ୍ରୟାସ । ବ୍ୟାଙ୍କର ସିଇଓ ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଙ୍କ ବୟସ ସୀମାକୁ 70 ବର୍ଷ ଏବଂ ସର୍ବାଧିକ କାର୍ଯ୍ୟକାଳ 10 ବର୍ଷ କରିବାକୁ ଆରବିଆଇ ପ୍ରସ୍ତାବ ଦେଇଛି । ଅଧିକ ପଢନ୍ତୁ..
ବ୍ୟାଙ୍କିଙ୍ଗ ସେକ୍ଟରରେ ଉନ୍ନତି ପାଇଁ ଏଭଳି ପ୍ରୟାସ କରାଯାଉଛି । ଗୁରୁବାର ଆରବିଆଇ ଦ୍ବାରା ପ୍ରକାଶିତ ଆଲୋଚନା ପତ୍ରରେ ଦର୍ଶାଯାଇଛି ଯେ, ପ୍ରମୋଟର ଗୋଷ୍ଠୀ ସହ ସମ୍ବନ୍ଧ ରଖୁଥିବା ସିଇଓ ଓ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକମାନଙ୍କ ଠାରୁ (WTDs)10 ବର୍ଷ ପରେ ପରିଚାଳନା ନେତୃତ୍ୱ ହସ୍ତାନ୍ତରଣ କରିବା ଦରକାର ।
ଏହି ଆଲୋଚନା ପତ୍ରରେ ଆରବିଆଇ ବିଭିନ୍ନ ହିତାଧାରୀଙ୍କୁ ଜୁଲାଇ 15 ସୁଦ୍ଧା ପରାମର୍ଶ ମାଗିଛି । ଏଥିରେ କୁହାଯାଇଛି କି, ‘‘ ବ୍ୟାଙ୍କର ସିଇଓ ଏବଂ WTDଙ୍କ ପାଇଁ ବୟସ ସୀମା 70 ବର୍ଷ ରହିଛି । ଏହା ପରେ ଏହି ପୋଷ୍ଟରେ କେହି ରହିପାରିବେ ନାହିଁ । 70 ବର୍ଷର ସର୍ବାଧିକ ସୀମା ମଧ୍ୟରେ ବ୍ୟାଙ୍କ ବୋର୍ଡ ଆଭ୍ୟନ୍ତରୀଣ ନୀତି ଭାବରେ ସିଇଓ / WTD ର ବୟସ ସୀମା ହ୍ରାସ କରିପାରିବ ।’’