ଓଡିଶା

odisha

ETV Bharat / business

ଅପରିବର୍ତ୍ତିତ ରେପୋରେଟ, ମିଳିଲାନି ସୁଧ ରିହାତି

ଏଥର ବି ଅପରିବର୍ତ୍ତିକ ରେପୋରେଟ । ସେହିପରି ରିଭର୍ସ ରେପୋ ରେଟ 3.35% ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି କମିଟିର 3 ଦିନିଆ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଅପରିବର୍ତ୍ତିତ ରେପୋରେଟ, ମିଳିଲାନି ସୁଧ ରିହାତି
ଅପରିବର୍ତ୍ତିତ ରେପୋରେଟ, ମିଳିଲାନି ସୁଧ ରିହାତି

By

Published : Dec 4, 2020, 3:25 PM IST

Updated : Dec 4, 2020, 3:31 PM IST

ମୁମ୍ବାଇ:ରେପୋରେଟକୁ ଅପରିବର୍ତ୍ତିତ ରଖିଲା ଆରବିଆଇ । ଗତ ଥର ଭଳି ଏଥର 4 ପ୍ରତିଶତରେ ସ୍ଥିର ରହିଛି ସୁଧ ହାର। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି କମିଟିର 3 ଦିନିଆ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରିଭର୍ସ ରେପୋ ରେଟ 3.35% ରହିଛି ।

ଏହାକୁ ମିଶାଇ ଲଗାତାର ଦ୍ବିତୀୟ ମାସ ଧରି ଆରବିଆଇ ରେପୋରେଟ ଓ ରିଭର୍ସ ରେପୋରେଟକୁ ସ୍ଥିର ରଖିଛି । ଆରବିଆଇର ମୁଦ୍ରାନୀତି କମିଟି ବୈଠକ ଡିସେମ୍ବର 2 ରୁ ଆରମ୍ଭ ହୋଇଥିଲା ।

ରେପୋ ରେଟ ହ୍ରାସ ଓ ବୃଦ୍ଧି ପରେ ବ୍ୟାଙ୍କର ସୁଧ ହାର ହ୍ରାସ ଓ ବୃଦ୍ଧି ହୋଇଥାଏ । ସୁଧ ହାର ହ୍ରାସ ଅର୍ଥ ବ୍ୟାଙ୍କ ଆରବିଆଇରୁ ଫଣ୍ଡ ନେବା ଉପରେ କମ ସୁଧ ଦେବାକୁ ପଡିବ । ଶସ୍ତା ହାରରେ ବ୍ୟାଙ୍କକୁ ଫଣ୍ଡ ମିଳିଲେ ଏହାର ଫାଇଦା ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଦେବ । ସେହିଭଳି ଯେବେ ରେପୋ ହାର ବଢିବ , ସେତବେଳେ ଗ୍ରାହକଙ୍କ ପାଇଁ ଲୋନ ମହଙ୍ଗା ହୋଇଯିବ ।

କଣ ଏଇ ରେପୋରେଟ ?

ରେପୋରେଟ ହେଉଛି , ଯେଉଁ ହାରରେ ଆରବିଆଇ କମର୍ସିଆଲ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କକୁ ଲୋନ ଦେଇଥାଏ । ତାହାକୁ ରିପ୍ରୋଡକ୍ସନ ରେଟ ବା ରେପୋ ରେଟ କୁହାଯାଇଥାଏ । ରେପୋ ରେଟ ହ୍ରାସ ଅର୍ଥ ଶସ୍ତା ଲୋନ । ଗ୍ରାହକ କମ ସୁଧରେ ହୋମ ଲୋନ, ଗାଡି ଲୋନ, ପର୍ସନାଲ ଲୋଗ ଆଦି ପାଇପାରିବେ । ଏଥିସହ ଆପଣଙ୍କ ଜମା ଉପରେ ସୁଧ ହାର ବଢିଯିବ ।

କଣ ରିଭର୍ସ ରେପୋରେଟ

ଯେଉଁ ରେଟ ଉପରେ ବ୍ୟାଙ୍କ ସେମାନଙ୍କ ପକ୍ଷରୁ ଆରବିଆଇ ପାଖରେ ଟଙ୍କା ଜମା କି ସୁଧ ନିଅନ୍ତି, ତାହାକୁ ରିଭର୍ସ ରେପୋରେଟ କୁହାଯାଏ । ବ୍ୟାଙ୍କ ପାଖରେ ଯେଉଁ ଅତିରିକ୍ତ ନଗଦ ରହିଥାଏ, ତାହାକୁ ରିଜର୍ଭ ବ୍ୟାଙ୍କ ପାଖରେ ଜମା କରିଦିଆଯାଇଥାଏ । ଆଉ ଏହା ବାବଦରେ ଆରବିଆଇ ବ୍ୟାଙ୍କକୁ ସୁଧ ଦିଏ । ସେହିଭଳି ରିଭର୍ସ ରେପୋ ରେଟ ବଜାରରେ ନଗଦକୁ ନିୟନ୍ତ୍ରିତ କରିବାରେ ସହଯୋଗ କରିଥାଏ । ଅଧିକ ନଗଦ ହେଲେ ଆରବିଆଇ ରିଭର୍ସ ରେଟ ବଢାଇଥାଏ । ଯେପରି ବ୍ୟାଙ୍କ ସେହି ଟଙ୍କାକୁ ରିଜର୍ଭ ବ୍ୟାଙ୍କ ପାଖରେ ଜମା କରିବ । ଆଉ ଯଦି ରିଜର୍ଭ ବ୍ୟାଙ୍କ ବଜାରରେ ନଗଦ ପ୍ରବାହ ବଢାଇବାକୁ ଚାହିଁବ, ତେବେ ରିଭର୍ସ ରେପୋରେଟ ହ୍ରାସ କରିଦେଇଥାଏ ।

Last Updated : Dec 4, 2020, 3:31 PM IST

ABOUT THE AUTHOR

...view details