ନୂଆଦିଲ୍ଲୀ: କୋରୋନା ଭାଇରସରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବାକୁ ତୟାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆଗାମୀ ମୁଦ୍ରାନୀତି ବୈଠକରେ ଆରବିଆଇ ରେପୋରେଟ ଦର ବା ମୂଳ ସୁଧ ହାରକୁ 0.25 ପ୍ରକିଶତ ବା 25 ବେସିସ ପଏଣ୍ଟ ହ୍ରାସ କରିପାରେ । ଏନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି (ଏମପିସି) ର ଆଗାମୀ ବୈଠକ ଅଗଷ୍ଟ 4 ରୁ ଆରମ୍ଭ ହେବ । ଏହ ବୈଠକ 3 ଦିନ ଧରି ଚାଲିବ । ଅଗଷ୍ଟ 6 ରେ ଆରବିଆଇ ଗଭର୍ଣ୍ଣର ମୁଦ୍ରାନୀତି କମିଟିର ନିଷ୍ପତ୍ତିକୁ ଘୋଷଣା କରିବେ ।