ନୂଆଦିଲ୍ଲୀ: ଶସ୍ତାରେ ମିଳିବ ଲୋନ। ସୁଧୁରିବ ଆର୍ଥିକ ସ୍ଥିତି। ଋଣଦାତାଙ୍କୁ ମିଳିବ ଆଶ୍ବସ୍ତି। କାରଣ ହ୍ରାସ ହେବାକୁ ଯାଉଛି ରେପୋରେଟ ଦର। ଆସନ୍ତା 4 ତାରିଖ(ଗୁରୁବାର) ହେବାକୁ ଥିବା RBIର ମୁଦ୍ରାସ୍ପୀତି ସମୀକ୍ଷା ବୈଠକରେ ରେପୋ ହାର 25 ବେସିକ ପଏଣ୍ଟ(0.25) କମିବ!
ବିଶ୍ବ ବଜାରରେ ମାନ୍ଦାବସ୍ତା। ଅଭିବୃଦ୍ଧି ହ୍ରାସ ଆଶଙ୍କା।ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ RBI ତାର ଆସନ୍ତା ମୁଦ୍ରାନୀତି ସମୀକ୍ଷାରେ ରେପୋହାରକୁ କମାଇବାକୁ ଯୋଜନା କରିଛି। ଏହା ଦ୍ବାରା ଗ୍ରାହକଙ୍କୁ ସୁଧ ହାରରୁ ଆଶ୍ବସ୍ତି ମିଳିପାରିବ।