ନୂଆଦିଲ୍ଲୀ: ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କର ତୃତୀୟ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ । ମୁମ୍ବାଇରେ 3ଦିନ ଧରି ହେବାକୁ ଥିବା ଏହି ବୈଠକ, ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ଗଠିତ 6 ଜଣିଆ କମିଟି କରିବ । ଲଗାତର ଚତୁର୍ଥଥର ଧରି ରେପୋରେଟ ଦର ହ୍ରାସ ହେବା ନେଇ ଅନୁମାନ କରାଯାଉଛି । ଏହା ଦ୍ବାରା ପୁଣି ସୁଧହାର କମିବ ।
ପୂର୍ବରୁ ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଫେବୃଆରୀରୁ ଲଗାତର 3ଥର ଅର୍ଥାତ 75 ବେସିସ ପଏଣ୍ଟ ରେପୋରେଟ ହ୍ରାସ ପାଇଛି । ବର୍ତ୍ତମାନ ସମୟରେ ରିଜର୍ଭ ବ୍ୟାଙ୍କର ରେପାରେଟ ଦର 5.57 ପ୍ରତିଶତ ରହିଛି । ତେବେ ମୁଦ୍ରାସ୍ପୀତି ଚାପ ତଥା ରାଜକୋଷୀୟ ଘାଟା ବୃଦ୍ଧି ସମ୍ଭାବନା ଆଶଙ୍କା କରି ଚଳିତ ବୈଠକରେ ମଧ୍ୟ ରେପୋରେଟ 0.25 ବେସସିସ ପଏଣ୍ଟ ହ୍ରାସ ନେଇ ଆଶା ରହିଛି । ଯଦି ଏପରି ହୁଏ, ତେବେ ପୁଣି ଗାଡ଼ି ଓ ଗୃହ ଋଣ ଉପରେ ଇଏମଆଇରେ ରିହାତି ମିଳିପାରିବ ।