ଓଡିଶା

odisha

By

Published : Feb 6, 2020, 12:52 PM IST

ETV Bharat / business

ପୁଣି ଅପରିବର୍ତ୍ତିତ ରେପୋରେଟ, ମିଳିଲାନି ସୁଧ ରିହାତି

ହ୍ରାସ ହେଲାନି ସୁଧ ଦର । ପଞ୍ଚମ ଭଳି ଷ୍ଠଷ୍ଠ ଦ୍ବିମାସିର ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋରେଟକୁ 5.15 ପ୍ରତିଶତରେ ସ୍ଥିର ରଖିଲା ଆରବିଆଇ ।

RBI maintains status quo, Repo Rate unchanged at 5.15%
ପୁଣି ଅପରିବର୍ତ୍ତିତ ରେପୋରେଟ , ମିଳିଲାନି ସୁଧ ରିହାତି


ନୂଆଦିଲ୍ଲୀ: 5.15% ସହ ରେପୋରେଟକୁ ଅପରିବର୍ତ୍ତିତ ରଖିଲା ଆରବିଆଇ । ମୁଦ୍ରାନୀତି କମିଟିର 3 ଦିନିଆ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରିଭର୍ସ ରେପୋ ରେଟ 4.90% ଏବଂ ବ୍ୟାଙ୍କ ରେଟ 5.40%ରେ ସ୍ଥିର ରହିଛି ।


ଫେବୃଆରୀ 4ରୁ 6 ତାରିଖ ପର୍ଯ୍ୟନ୍ତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଚଳିତ ଆର୍ଥିକ ବର୍ଷର ଷଷ୍ଠ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଚାଲିଥିଲା ।

ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ହେବା ପରଠୁ ଲଗାତାର 5 ଥର ଧରି ରେପାରେଟ ହ୍ରାସ କରିଛନ୍ତି । ହେଲେ ଏବେ ଲଗାତାର 2 ଥର ବୈଠକ ଏହାକୁ ସ୍ଥିର ରଖିଛନ୍ତି । ଗତ ମୁଦ୍ରାନୀତି ବୈଠକରେ ମଧ୍ୟ ରେପୋରେଟ ଦରକୁ 5.15 ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଥିଲା ।


ବଜେଟ ଆଗତ ପରେ ଏହା 2020ର ପ୍ରଥମ ମୁଦ୍ରାନୀତି ସମୀକ୍ଷା ବୈଠକ । ଏହା ଏପରି ସମୟରେ ଆସିଛି ଯେବେ, ଜିଡିପି 6 ବର୍ଷର ସର୍ବନିମ୍ନ ସ୍ତରରେ ରହିଛି । ସେହିପରି 2019 ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି 7.35 ପ୍ରତିଶତରେ ପହଞ୍ଚିଛି ।

ABOUT THE AUTHOR

...view details