ଓଡିଶା

odisha

ETV Bharat / business

ଅଗଷ୍ଟ ବୈଠକରେ ପରିବର୍ତ୍ତନ ହେବନି ରେପୋ ଦର: ରିପୋର୍ଟ - RBI likely to leave repo rate unchanged in August policy meet: Report

ଭାରତୀୟ ରିଜର୍ଭ ବ୍ୟାଙ୍କର ଆଗାମୀ ବୈଠକରେ ରେପୋ ରେଟ ଦର ହ୍ରାସ ହେବନି ! ଏ ନେଇ ଏସବିଆଇର ରିସର୍ଚ୍ଚ ରିପୋର୍ଟରେ ଅନୁମାନ କରାଯାଇଛି । ଅଧିକ ପଢନ୍ତୁ..

RBI likely to leave repo rate unchanged in August policy meet: Report
RBI likely to leave repo rate unchanged in August policy meet: Report

By

Published : Jul 31, 2020, 3:59 PM IST

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଆଗାମୀ ମୁଦ୍ରା ନୀତି ସମୀକ୍ଷା ବୈଠକରେ ରେପୋ ରେଟ୍ ଦରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଏକ ରିପୋର୍ଟରେ ଏନେଇ ଅନୁମାନ ଲଗାଯାଇଛି । ବୈଠକରେ ଆର୍ଥିକ ସ୍ଥିରତା ସୁନିଶ୍ଚିତ ପାଇଁ ଅଣ ପାରମ୍ପରିକ ଉପାୟ କରାଯାଇପାରେ ।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ହେବାକୁ ଥିବା ଏହି ବୈଠକ ଅଗଷ୍ଟ 4 ରୁ ଆରମ୍ଭ ହୋଇ 3 ଦିନ ଧରି ଚାଲିବ । ବୈଠକ ଶେଷ ଦିନ ଅର୍ଥାତ ଅଗଷ୍ଟ 6 ରେ କମିଟିର ନିଷ୍ପତ୍ତିକୁ ଗଭର୍ଣ୍ଣର ଘୋଷଣା କରିବେ ।

ଏସବିଆଇ ରିସର୍ଚ୍ଚ ରିପୋର୍ଟ ଇକୋରେପ (ECORAP) ରେ କୁହାଯାଇଛି କି, ‘‘ଆମ ଅନୁମାନ ଅନୁସାରେ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ ହ୍ରାସ କରିବ ନାହିଁ। ତେବେ ବୈଠକରେ ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଆଲୋଚନା ହେବ ଏବଂ ଅଣ ପାରମ୍ପାରିକ ପଦକ୍ଷେପ ଗ୍ରହଣ କରାଯାଇପାରିବ କି ନାହିଁ, ସେନେଇ ଚର୍ଚ୍ଚା ହେବ ।’’

ରିପୋର୍ଟରେ ଦର୍ଶାଯାଇଛି କି ଫେରବୃଆରୀରୁ ରେପୋ ରେଟ୍ ଦର 1.15 ପ୍ରତିଶତ ହ୍ରାସ ହେଲାଣି । ଆଉ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ ନୂଆ ଋଣ ଉପରେ ସୁଧ 0.72 ପ୍ରତିଶତ ହ୍ରାସ କରି ଲାଭ ଦେଇଛି । କିଛି ବଡ ବ୍ୟାଙ୍କ 0.85 ପ୍ରତିଶତ ଯାଏଁ ଗ୍ରାହକଙ୍କୁ ଲାଭ ସ୍ଥାନାନ୍ତରିତ କରିଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ ଲକଡାଉନ୍ ସମୟରେ ଲୋକମାନେ ଆର୍ଥିକ ସମ୍ପତ୍ତି ରଖିବାକୁ ପ୍ରାଥମିକତା ଦେଇଛନ୍ତି । ଏହା ଦ୍ବାରା ଦେଶରେ ଆର୍ଥିକ ସଞ୍ଚୟକୁ ପ୍ରୋତ୍ସାହନ ମିଳିଛି । ତେବେ 2020-21 ରେ ଆର୍ଥିକ ସଞ୍ଚୟ ବୃଦ୍ଧି ହେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି ।

ABOUT THE AUTHOR

...view details