ନୂଆଦିଲ୍ଲୀ: ଏଣିକି KYC(know your customer) ପାଇଁ ଯିବକୁ ପଡିବନି ବ୍ୟାଙ୍କ । ଏ ସମ୍ପର୍କିତ ପ୍ରଣାଳୀରେ ପରିବର୍ତ୍ତନ କରି ନୂଆ ନିୟମ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ଅନୁଯାୟୀ ଏବେ ଭିଡିଓ ଜରିଆରେ ଗ୍ରାହକଙ୍କ କେୱାଇସି ହୋଇପାରିବ ।
ଆରବିଆଇ ପକ୍ଷରୁ ମାଷ୍ଟର କେୱାଇସି ଗାଇଡଲାଇନରେ ସଂଶୋଧନ କରାଯାଇଥିଲା । ଅର୍ଥାତ ଏବେ ମୋବାଇଲ ଭିଡିଓରେ କଥାବାର୍ତ୍ତା ହୋଇ କେୱାଇସି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରାଯାଇପାରିବ । ବାଲେଟ ସର୍ବିସ ପୋଭାଇଡର୍ସ ଓ ଅନ୍ୟ ଆର୍ଥିକ ସେବା ପ୍ରଦାନ କରୁଥିବା କମ୍ପାନୀଙ୍କୁ ଏହି ଖବର ଆଶ୍ବସ୍ତ କରିଛି । ବିଶେଷ କରି ଦୂରରେ ରହୁଥିବା ଗ୍ରାହକଙ୍କ ପାଇଁ ଏହା ସହଜ ଓ ଶସ୍ତା ହେବ । ଏହା ବ୍ୟତିତ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ମଧ୍ୟ ଆଧାର ଓ ଅନ୍ୟ ଦସ୍ତାବିଜ ଜରିଆରେ କେୱାଇସି ତଥା ଡିଜିଟାଲ କେୱାଇସି ସୁବିଧା ପ୍ରଦାନ କରାଯାଇଛି ।