ନୂଆଦିଲ୍ଲୀ: କୋରୋନାରୁ ସୁସ୍ଥ ହୋଇ ଫେରିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଆସନ୍ତା ସପ୍ତାହରୁ ସେ କାର୍ଯ୍ୟରେ ଯୋଗ ଦେବେ ।
କୋରୋନାରୁ ସୁସ୍ଥ ହେଲେ ଆରବିଆଇ ଗଭର୍ଣ୍ଣର
କୋରୋନାରୁ ସୁସ୍ଥ ହେଲେ ଶକ୍ତିକାନ୍ତ, ଆସନ୍ତା ସପ୍ତାହରେ କାର୍ଯ୍ୟରେ ଦେବେ ଯୋଗ । ଅଧିକ ପଢନ୍ତୁ..
କୋରୋନାରୁ ସୁସ୍ଥ ହେଲେ ଆରବିଆଇ ଗଭର୍ଣ୍ଣର
ଶନିବାର ଶକ୍ତିକାନ୍ତ ଟ୍ବିଟ କରି କହିଛନ୍ତି ଯେ ତାଙ୍କର କୋରୋନା ରିପୋର୍ଟ ନେଗେଟିଭ ହୋଇଛି । ଆସନ୍ତା ସପ୍ତାହକୁ ସେ କାର୍ଯ୍ୟରେ ଯୋଗ ଦେବେ । ତାଙ୍କର ଶୀଘ୍ର ସୁସ୍ଥ କାମନା କରିଥିବା ହିତକାଂକ୍ଷୀକୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଅକ୍ଟୋବର 25 ରେ ଶକ୍ତିକାନ୍ତ ଦାସ କୋରୋନାରେ ଆକ୍ରାନ୍ତ ହୋଇଥିଲେ । କୋରୋନା ସଂକ୍ରମିତ ପରେ ଶକ୍ତିକାନ୍ତ ଦାସ ସେଲ୍ଫ ଆଇସୋଲେସନରେ ଥିଲେ । ଏଥିସହ ସେ ନିଜ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋରୋନା ଯାଞ୍ଚ ପାଇଁ କହିଥିଲେ ।