ଓଡିଶା

odisha

ETV Bharat / business

ଆଜିଠୁ RBI Governor ଶଶିକାନ୍ତଙ୍କ ଦ୍ବିତୀୟ ପାଳି ଆରମ୍ଭ

ଆଜିଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର(RBI Governor Shaktikanta Das ) ଶକ୍ତିକାନ୍ତ ଦାସଙ୍କ ଦ୍ବିତୀୟ ପାଳି ଆରମ୍ଭ । ଅଧିକ ପଢନ୍ତୁ

ଶନିବାରରୁ RBI Governer ଶଶିକାନ୍ତଙ୍କ ଦ୍ବିତୀୟ ପାଳି ଆରମ୍ଭ
ଶନିବାରରୁ RBI Governer ଶଶିକାନ୍ତଙ୍କ ଦ୍ବିତୀୟ ପାଳି ଆରମ୍ଭ

By

Published : Dec 10, 2021, 11:13 AM IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର(RBI Governor) ଶକ୍ତିକାନ୍ତ ଦାସଙ୍କ ଦ୍ବିତୀୟ ପାଳି ଆଜି ଠାରୁ ଆରମ୍ଭ ହେଉଛି । ଦ୍ବିତୀୟ ପାଳିରେ ଶକ୍ତିକାନ୍ତ ପୂର୍ବରୁ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ପାଇଁ ଦାବି ଦୋହରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏଥିସହ ତାଙ୍କ ଆଗରେ ବହୁ ପୁରୁଣା ପାଳିର ଆହ୍ବାନ ମଧ୍ୟ ରହିବ । ବିଶେଷ କରି ଅଭିବୃଦ୍ଧିକୁ ବଢାଇବା ଏବଂ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଶକ୍ତିକାନ୍ତଙ୍କ ପାଇଁ 2 ମୁଖ୍ୟ ଆହ୍ବାନ ରହିବ । ଅନ୍ୟପଟେ ରିଜର୍ଭ ବ୍ୟାଙ୍କର ନିଜସ୍ବ ଡିଜିଟାଲ ମୁଦ୍ରା ଜାରି କରିବାର ଚାପ ମଧ୍ୟ ତାଙ୍କ ଉପରେ ରହିଛି । ତାଙ୍କ ପ୍ରଥମ ପାଳିରେ ଅନେକ ବ୍ୟାଙ୍କ ଯେପରିକି ୟେସ ବ୍ୟାଙ୍କ, ଲକ୍ଷ୍ମୀ ବିଳାସ ଏବଂ PMC ବ୍ୟାଙ୍କ ବିଫଳ ହୋଇଥିଲା । ଦ୍ବିତୀୟ ପାଳିରେ ଏସବୁ ଉପରେ ନିୟନ୍ତ୍ରଣ ଆଣିବା ଶକ୍ତିକାନ୍ତଙ୍କ ପାଇଁ ଆଉ ଏକ ଆହ୍ବାନ ହେବ ।

ଏହା ମଧ୍ୟ ପଢନ୍ତୁ:- RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି

ତେବେ 2018ରେ ତତ୍କାଳୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେବା ପରେ, ଡିସେମ୍ବର 11ରେ ଶକ୍ତିକାନ୍ତଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରେ ନିଯୁକ୍ତି କରାଯାଇଥିଲା । ସେ 1980 ବ୍ୟାଚର ତାମିଲନାଡୁ କ୍ୟାଡର IAS ଅଧିକାରୀ । RBIରେ ନିଯୁକ୍ତି ପୂର୍ବରୁ ସେ 2015-17 ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରିଥିଲେ ।

G-20 ସେରପ ଓ ପଞ୍ଚଦଶ ଅର୍ଥ କମିଶନ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଚଳିତ ବର୍ଷ ଅକ୍ଟୋବର 28ରେ କେନ୍ଦ୍ର ସରକାର ଶଶିକାନ୍ତଙ୍କ କାର୍ଯ୍ୟକାଳକୁ ଆଉ 3 ବର୍ଷ ବୃଦ୍ଧି କରିଥିଲେ । ସେ 2024 ଡିସେମ୍ବର ପର୍ଯ୍ୟନ୍ତ RBI ଗଭର୍ଣ୍ଣର ଭାବେ କାର୍ଯ୍ୟକରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details