ଓଡିଶା

odisha

By

Published : May 22, 2020, 11:39 AM IST

Updated : May 22, 2020, 12:31 PM IST

ETV Bharat / business

RBIର ବଡ ଘୋଷଣା, 4 ପ୍ରତିଶତକୁ ହ୍ରାସ ପାଇଲା ରେପୋରେଟ ଦର

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପାରେଟ ଦରକୁ 40 ବେସିସ ପଏଣ୍ଟ କମାଇ 4 ପ୍ରତିଶତ ରଖିଛନ୍ତି । ରେପୋରେଟ ଦର ହ୍ରାସ ଦ୍ବାରା ଗୃହ, କାର, ବ୍ୟକ୍ତିଗତ ଓ ଶିକ୍ଷା ଋଣ ଶସ୍ତା ହେବ । ଅଧିକ ପଢନ୍ତୁ..

RBI cuts repo rate by 40 bps to 4% to increase credit flow
RBIର ବଡ ଘୋଷଣା, 4 ପ୍ରତିଶତକୁ ହ୍ରାସ ପାଇଲା ରେପୋରେଟ ଦର

ନୂଆଦିଲ୍ଲୀ: କୋରୋନା ଭାରଇସ ମହାମାରୀ ପ୍ରଭାବରେ ଅର୍ଥବ୍ୟବସ୍ଥା ଦୁର୍ବଳ ହୋଇପଡିଛି। ଏହାକୁ ବଳ ଦେବା ପାଇଁ ଆରବିଆଇ ମୁଦ୍ରାନୀତି ସମୀକ୍ଷା ବୈଠକ (ଏମପିସି) ରେପୋରେଟ ଦର ହ୍ରାସ କରିଛି । ଫଳରେ ବ୍ୟାଙ୍କ ଋଣ କ୍ଷମତା ବୃଦ୍ଧି ପାଇବା ସହ ଗ୍ରାହକ କମ ସୁଧରେ ଅଧିକ ଲୋନ ପାଇପାରିବେ ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋରେଟ ଦର 40 ବେସିସ ପଏଣ୍ଟ ହ୍ରାସ କରି 4 ପ୍ରତିଶତ କରିଛନ୍ତି । ପୂର୍ବରୁ ଏହା 4.4 ପ୍ରତିଶତ ରହିଥିଲା । ସେହିଭଳି ରିଭର୍ସ ରେପୋରେଟ 3.75 ପ୍ରତିଶତରୁ 3.35 ପ୍ରତିଶତକୁ ହ୍ରାସ କରାଯାଇଛି । ଏହି ହ୍ରାସ ଦ୍ବାରା ବ୍ୟାଙ୍କ ସୁଧ ହାର ଶସ୍ତା ହେବ । ଏଥିସହ ବ୍ୟାଙ୍କର ନଗଦ ପ୍ରବାହ ଜାରି ରହିବ ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କୋରୋନା ଭାଇରସ ଯୋଗୁଁ ବିଶ୍ବ ଅର୍ଥନୀତି ଉପରେ ବଡ ପ୍ରଭାବ ପଡୁଛି । ଏଣୁ 6 ସଦସ୍ୟ ବିଷିଷ୍ଟ ଏମପିସିର 5:1 ଅନୁପାତ ସହମତିରେ ରେପୋରେଟ ଦରରେ ହ୍ରାସ ନେଇ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ବାରା ଲୋକଙ୍କ ଉପରେ ଇଏମଆଇ ବୋଝ କମ ପଡିବ ।

ପ୍ରକାଶ ଯେ, ମାର୍ଚ୍ଚ 27ରେ ଆରବିଆଇ ରେପୋରେଟ ଦର ସର୍ବାଧିକ 75 ବେସିସ ପଏଣ୍ଟ ହ୍ରାସ କରି 4.4 ପ୍ରତିଶତରେ ରଖିଥିଲା ।

Last Updated : May 22, 2020, 12:31 PM IST

ABOUT THE AUTHOR

...view details