ଓଡିଶା

odisha

ETV Bharat / business

କମିଲା ରେପୋ ରେଟ୍, ଆହୁରି ଶସ୍ତା ହେବ EMI - bps

୦.୨୫ ବେସିସ ପଏଣ୍ଟ କମି 6.0 ପ୍ରତିଶତରେ ପହଞ୍ଚିଛି ଆରବିଆଇ ରେପୋ ରେଟ୍ ଦର। ଏହାଦ୍ବାରା ଉପକୃତ ହେବେ ଗ୍ରାହକ । କାରଣ ରେପୋ ରେଟ ଶସ୍ତା ହେବା ଫଳରେ ବିଭିନ୍ନ ପ୍ରକାର ଋଣ ଶସ୍ତା ହୋଇଥାଏ ।

ଫଟୋ ସୌଜନ୍ୟ-@ANI

By

Published : Apr 4, 2019, 1:09 PM IST

Updated : Apr 12, 2019, 2:36 PM IST

ନୂଆଦିଲ୍ଲୀ: ଶସ୍ତା ହେଲା ସୁଧ ହାର । ୦.୨୫ ବେସିସ ପଏଣ୍ଟ କମି 6.0 ପ୍ରତିଶତରେ ପହଞ୍ଚିଛି ଆରବିଆଇ ରେପୋରେଟ ଦର। ଯାହା ଫଳରେ ଯାନ, ଗୃହ ଏବଂ ଅନ୍ୟାନ୍ୟ ଋଣ ସବୁ ହ୍ରାସ ପାଇବ।

ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା 6 ଜଣିଆ ମୁଦ୍ରାନୀତି କମିଟିର 3 ଦିନିଆ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ଫେବୃଆରୀରେ ଶକ୍ତିକାନ୍ତଙ୍କ ପ୍ରଥମ ମୁଦ୍ରାନୀତି ସମୀକ୍ଷା ବୈଠକରେ ମଧ୍ୟ ରେପୋରେଟ ଦରକୁ 0.25 ବେସିସ ପଏଣ୍ଟ ହ୍ରାସ କରି 6.25 ପ୍ରତିଶତକୁ ଖସାଯାଇଥିଲା। ଯାହାକି ବିଗତ ଦେଢ ବର୍ଷ ପରେ ହୋଇଥିଲା । ଆଉ ଏବେ ପୁଣି ଥରେ ସୁଧହାର ହ୍ରାସ।

ନିର୍ବାଚନୀ ମୁହୁର୍ତ୍ତରେ ଲଗାତାର 2 ଥର ରେପୋରେଟ ଦର ହ୍ରାସ ଉପଭୋକ୍ତାଙ୍କୁ ଆଶ୍ବସ୍ତି କରାଇବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ରେପୋରେଟ ଦରକୁ ନଜରରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ଦେଶର ସମସ୍ତ ବାଣିଜ୍ୟିକ ବ୍ୟାଙ୍କକୁ ଋଣ ଦେଇଥାଏ। ଯଦି ଏହି ହାର ହ୍ରାସ ହୁଏ ତେବେ ଗ୍ରାହକ (ଋଣ ଗ୍ରହୀତା) ମଧ୍ୟ କମ ସୁଧରେ ଋଣ ନେଇପାରିବେ ।

Last Updated : Apr 12, 2019, 2:36 PM IST

ABOUT THE AUTHOR

...view details