ଓଡିଶା

odisha

ETV Bharat / business

ମୋଦି 2.0: କମିଲା ସୁଧହାର, ଶସ୍ତା ହେଲା EMI - interest

ଆହୁରି ଶସ୍ତା ହେବ ଲୋନ । ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋରେଟ ହାର 25 ବେସିକ ପଏଣ୍ଟ(0.25) ହ୍ରାସ ପାଇ 5.75%ରେ ପହଞ୍ଚିଛି ।

ପ୍ରତିକାତ୍ମକ ଫଟୋ

By

Published : Jun 6, 2019, 12:43 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ପାର୍ଟରେ ଆରବିଆଇ ଦେଲା ପ୍ରଥମ ବଡ ଭେଟି । ଆହୁରି ଶସ୍ତା ହେବ ଲୋନ । ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟ ହାର 25 ବେସିକ ପଏଣ୍ଟ(0.25) ହ୍ରାସ ପାଇ 5.75%ରେ ପହଞ୍ଚିଛି । ଫଳରେ ଋଣ ଉପରେ ସୁଧହାର କମିବା ସହ ଇଏମଆଇ ମଧ୍ୟ ହ୍ରାସ ପାଇବ ।

ଏହା ପୂର୍ବରୁ ବସିଥିବା 2ଟି ମୁଦ୍ରାନୀତି ବୈଠକରେ କ୍ରମଶଃ ରେପୋ ରେଟ ୨୫ ବେସିସ ପଏଣ୍ଟ ହ୍ରାସ ପାଇ 6 ପ୍ରତିଶତ ରହିଥିଲା । ଏବେ ପୁଣି ଥରେ ଏହା ହାର ଖସିଛି । ଆରବିଆଇ ଇତିହାସରେ ଏହା ପ୍ରଥମ ଯେ, କୌଣସି ନୂଆ ଗଭର୍ଣ୍ଣରଙ୍କ ନିଯୁକ୍ତି ପରେ ଲଗାତାର ତୃତୀୟ ଥର ଧରି ରେପୋରେଟ ଦରକୁ କମାଯାଉଛି ।


ବିଶ୍ବ ବଜାରରେ ମାନ୍ଦାବସ୍ତା । ଅଭିବୃଦ୍ଧି ହ୍ରାସ ଆଶଙ୍କା। ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ RBI ତାର ରେପୋ ହାରକୁ କ୍ରମାଗତ ଭାବେ ହ୍ରାସ କରୁଥିବା ଜଣାପଡିଛି । ଯାହା ଦ୍ବାରା ଗ୍ରାହକଙ୍କୁ ସୁଧ ହାରରୁ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି ।

For All Latest Updates

ABOUT THE AUTHOR

...view details