ଓଡିଶା

odisha

ETV Bharat / business

ଆରବିଆଇର ପାର୍ବଣ ଭେଟି, କମିଲା ସୁଧହାର - 5th time rbi cut reporate

5ମ ଥର ପାଇଁ କମିଲା ସୁଧହାର। ଶସ୍ତା ହେବ ଗୃହ ଓ କାର ଋଣର ଇଏମଆଇ । 25 ବେସିସି ପଏଣ୍ଟ କମି 5.15%ରେ ପହଞ୍ଚିଲା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରେପୋରେଟ ଦର।

ପ୍ରତିକାତ୍ମକ ଫଟୋ

By

Published : Oct 4, 2019, 12:57 PM IST


ନୂଆଦିଲ୍ଲୀ: ଲଗାତର 5ମ ଥର ପାଇଁ କମିଲା ସୁଧହାର । 25 ବେସିସି ପଏଣ୍ଟ କମି 5.15%ରେ ପହଞ୍ଚିଲା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରେପୋରେଟ ଦର । ସେପଟେ ରିଭର୍ସ ରେପୋରେଟ ମଧ୍ୟ 4.90%କୁ ଖସିଥିବା ବେଳେ ବ୍ୟାଙ୍କ ରେଟ 5.40% ରହିଛି । ଶୁକ୍ରବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଛନ୍ତି।


ମୁଦ୍ରାସ୍ପୀତି ନିୟନ୍ତ୍ରଣ କରି ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ସେହିପରି ଚଳିତ ଆର୍ଥିକ ବର୍ଷରେ(2019-20) ଦେଶର ମୋଟ ଘରୋଇ ଉତ୍ପାଦ 6.1 ପ୍ରତିଶତ ରହିବା ନେଇ କମିଟି ଆକଳନ କରିଛି। ଗତ 3 ଦିନ ଧରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଚାଲିଥିଲା।


ରେପୋରେଟ ଦର ହ୍ରାସ ପାଇବା ଦ୍ବାରା ବ୍ୟାଙ୍କ ଶସ୍ତାରେ ଆରବିଆଇ ଠାରୁ ଲୋନ ପାଇପାରିବ। ଫଳରେ ବ୍ୟାଙ୍କ ଋଣ କ୍ଷମତା ବୃଦ୍ଧି ପାଇବା ସହ ଗ୍ରାହକ କମ ସୁଧରେ ଅଧିକ ଲୋନ ପାଇପାରିବେ । ଏଥିସହ ଗୃହ,କାର , ବ୍ୟକ୍ତିଗତ ଓ ଶିକ୍ଷାଗତ ଋଣର ଇଏମଆଇ କମିବ ବୋଲି ଆଶା କରାଯାଉଛି । ବର୍ତମାନର ଅର୍ଥବ୍ୟବସ୍ଥାକୁ ନଜରରେ ରଖି ରେପୋ ରେଟ ହ୍ରାସର ଆବଶ୍ୟକତା ଥିଲା ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଥିଲେ । ଏହା ପୂର୍ବରୁ ଅଗଷ୍ଟ ମାସରେ ଏମପିସିରେ ସୁଧହାର 35 ବେସିସ ପଏଣ୍ଟ ହ୍ରାସ ପାଇ 5.40 ପ୍ରତିଶତ ରହିଥିଲା।

ABOUT THE AUTHOR

...view details