ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥା ଓ ଦେଶର ଆର୍ଥିକ ସ୍ଥିରତା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ସମ୍ଭାବିତ ପ୍ରଭାବକୁ ନେଇ ଚିନ୍ତିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଏ ନେଇ ବୁଧବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।
ଅର୍ଥନୀତି ପାଇଁ ବିପଦ କ୍ରିପ୍ଟୋକରେନ୍ସି ! ଚିନ୍ତିତ ଆରବିଆଇ - ଭାରତରେ କ୍ରିପ୍ଟୋକରେନ୍ସି
ଆର୍ଥିକ ସ୍ଥିରତା ଉପରେ କ୍ରିପ୍ଟୋକରେନ୍ସି ପ୍ରଭାବ ନେଇ ଚିନ୍ତା ପ୍ରକାଶ କରିଛି ଆରବିଆଇ । ଏ ନେଇ ବୁଧବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..
ଦାସ କହିଛନ୍ତି କି, ଆର୍ଥିକ ସ୍ଥିରତା ଉପରେ କ୍ରିପ୍ଟୋକରେନ୍ସିର ପ୍ରଭାବ ନେଇ ସରକାରଙ୍କକୁ ସୂଚାଇଦିଆଯାଇଛି । ସରକାର ଏହା ଉପରେ ବିଚାର କରୁଛନ୍ତି । ତେବେ ଆଶା ରହିଛି କି ଯଥାସମ୍ଭବ ସରକାର ଏ ନେଇ କୌଣସି ନିଷ୍ପତ୍ତି ନେବେ । ଗଭର୍ଣ୍ଣର କହିଛନ୍ତି କି , ‘‘ ମୁଁ ସ୍ପଷ୍ଟ କରିବାକୁ ଚାହେଁ କି ବ୍ଲକଚେନ ପ୍ରଯୁକ୍ତିବିଦ୍ୟା ଅଲଗା । କିନ୍ତୁ ଆର୍ଥିକ ସ୍ଥିରତା ଦୃଷ୍ଟିକୋଣରୁ କ୍ରିପ୍ଟୋକୁ ନେଇ ଆମର କିଛି ବଡ ଚିନ୍ତା ରହିଛି । ଆଉ ଆମେ ସରକାରଙ୍କୁ ଏ ନେଇ ସେୟାର କରିଛୁ । ସରକାର ଏହା ଉପରେ ବିଚାର ଓ ନିଷ୍ପତ୍ତି କରିବେ । ’’ତେବେ ଦାସ କ୍ରିପ୍ଟୋ କରେନ୍ସି ଉପରେ କିଛି କହିନାହାନ୍ତି , କିନ୍ତୁ କେନ୍ଦ୍ର ବ୍ୟାଙ୍କ ପୂର୍ବରୁ ଡିଜିଟାଲ ମୁଦ୍ରାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।
ଆରବିଆଇ ଅନୁସାରେ ଡିଜିଟାଲ ମୁଦ୍ରାର ବ୍ୟବହାର ମନି ଲଣ୍ଡ୍ରରିଂ ଓ ଆତଙ୍କବାଦର ଅର୍ଥପୋଷଣ ବା ଟଙ୍କା ଯୋଗାଇବା ପାଇଁ କରାଯାଇପାରେ । ସରକାର ସଂସଦରେ ଏଭଳି ବିଲ ଆଣିବାକୁ ଯୋଜନା କରୁଛନ୍ତି , ଯାହା ଜରିଆରେ କମ୍ପାନୀ ଓ ବ୍ୟକ୍ତିଗତ ଲୋକଙ୍କୁ କ୍ରିପ୍ଟୋକରେନ୍ସିରେ କାମ କରିବାକୁ ରୋକା ଯାଇ ପାରିବ । ଏଥିସହ ହିଁ ସରକାର ଅଫିସିଆଲ ଡିଜିଟାଲ କରେନ୍ସିଂକୁ ନେଇ ମଧ୍ୟ ରୂପରେଖ ପ୍ରସ୍ତୁତ କରିବାକୁ ଚାହାନ୍ତି । ରିଜର୍ଭ ବ୍ୟାଙ୍କ 2018 ରେ ବ୍ୟାଙ୍କ ଓ ବିନିମୟ ୟୁନିଟ ଉପରେ କ୍ରିପ୍ଟୋ ନେଣଦେଣକୁ ସମର୍ଥନ ଦେବାକୁ କଟକଣା ଜାରି କରିଥିଲା । ହେଲେ ପରେ 2020 ରେ ସୁପ୍ରିମକୋର୍ଟ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜରେ ରହିଥିବା ପ୍ରତିବନ୍ଧକକୁ ହଟାଇଦେଇଥିଲେ ।