ଓଡିଶା

odisha

ETV Bharat / business

ନୂଆବର୍ଷରେ ଆରବିଆଇର ଉଦ୍ୟମ, ଦୃଷ୍ଟିବାଧିତଙ୍କ ପାଇଁ ନୋଟ ଆପ୍ ଆରମ୍ଭ - visually-impaired identify currency note

ଦୃଷ୍ଟିବାଧିତଙ୍କ ଯେପରି ନୋଟ ଜାଣିବେ ସେଥିପାଇଁ ନୂଆ ଆପ ଲଞ୍ଚ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ମଧ୍ୟରେ ୟୁଜର୍ସ ମହାତ୍ମାଗାନ୍ଧୀଙ୍କ ସିରିଜ ରହିଛି କି ନାହିଁ ଶୁଣି ନୋଟକୁ ବ୍ୟବହାର କରିବେ । ନେଣଦେଣକୁ ବୃଦ୍ଧି ପାଇଁ ନୂଆ ବର୍ଷରେ ଆରବିଆଇର ଏହି ନୁଆ ପରିକଳ୍ପନା ।

RBI app to help visually-impaired identify currency notes
ନୂଆ ବର୍ଷରେ ଆରବିଆଇର ପ୍ରଚେଷ୍ଟା

By

Published : Jan 1, 2020, 8:07 PM IST

ନୂଆଦିଲ୍ଲୀ: ନୂଆ ବର୍ଷରେ ଆରବିଆଇର ନୂଆ ପରିକଳ୍ପନା । ଏଣିକି ସହଜରେ ଆସଲି-ନକଲି ନୋଟ ଜାଣିପାରିବେ ଦୃଷ୍ଟିବାଧିତ । ଏଥିପାଇଁ ଏକ ସ୍ବତନ୍ତ୍ର ଆପ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବୁଧବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଆପର ଶୁଭାରମ୍ଭ କରିଛନ୍ତି ।

ଦୃଷ୍ଟିବାଧିତାଙ୍କ ପାଇଁ ନୋଟ ଆପ୍ ଆରମ୍ଭ

ଏହାକୁ ମୋବାଇଲ ଏଡେଡ ନୋଟ ଆଇଡେଣ୍ଟଫାୟର ନାଁରେ ଜଣାଯାଏ । ଏହି ଆପକୁ ମାଗଣାରେ ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ଓ iOS ରୁ ଡାଉନଲୋଡ କରିପାରିବେ ।

ଦୃଷ୍ଟିବାଧିତାଙ୍କ ପାଇଁ ନୋଟ ଆପ୍ ଆରମ୍ଭ


ଏହି ନୂଆ ଆପ୍ଲିକେସନ ମାଧ୍ୟମରେ ମୋବାଇଲ ରିୟର କ୍ୟାମେରା( rear camera) ଆଗରେ ନୋଟକୁ ରଖାଯିବ ରଖାଯିବ । ଏହା ମହାତ୍ମ ଗାନ୍ଧୀ ସିରିଜକୁ ଜାଣିବାରେ ସହଯୋଗ କରି ଅସଲି -ନକଲୀ ନୋଟ ନେଇ ଅବଗତ କରାଇବ । ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଆପ ଅଡିଓ ଜରିଆରେ ବ୍ୟବହାରକାରୀଙ୍କୁ ସବୁ ଡାଟା ଦେବ । ଅର୍ଥାତ ଯଦି ନୋଟର ଫଟୋ ଠିକ ଭାବରେ ଉଠାଯାଇଥିବ ତେବେ ୟୁଜରଙ୍କୁ ଅଡିଓ ନୋଟିଫିକେସନ ଜଣାଇଦେବ । ଆଉ ଯଦି ଫଟୋ ଭଲରେ ନିଆଯାଇ ନଥିବ ତେବେ ଆପ ଆଉ ଥରେ ଚେଷ୍ଟା କରିବା ପାଇଁ କହିବ ।

ବର୍ତ୍ତମାନର ନୋଟରେ ଦୃଷ୍ଟିବାଧିତାଙ୍କୁ ସାହାଯ୍ୟ ପାଇଁ ଇଣ୍ଟିଗ୍ଲିଓ ପ୍ରିଣ୍ଟିଙ୍ଗ ଆଧାରିତ ଚିହ୍ନ ଦିଆଯାଇଛି । ଏହା 100 କିମ୍ବା ଏହାଠାରୁ ଉର୍ଦ୍ଧ୍ବ ନୋଟରେ ଦିଆଯାଇଛି । 2016ରେ 500 ଏବଂ1000 ଟଙ୍କିଆ ପୁରୁଣା ନୋଟ ପ୍ରଚଳନ ବନ୍ଦ କରିବା ପରେ ଏହି ଡିଜାଇନ ପ୍ରସ୍ତୁତ କରାଯାଇଥିଲା । ବିମୁଦ୍ରିକରଣ ପରେ ଏବେ 10, 20, 50, 100, 200, 500 ଏବଂ 2000ଟଙ୍କିଆ ନୋଟ ପ୍ରଚଳନ ହେଉଛି ।

ABOUT THE AUTHOR

...view details