ଓଡିଶା

odisha

ETV Bharat / business

ATM ବ୍ୟବହାର କରୁଛନ୍ତି କି ? ମାର୍ଚ୍ଚ 16ରୁ ଲାଗୁହେବ ଏହି ନିୟମ

ଏଣିକି ଗ୍ରାହକ ନିଜ ଆବଶ୍ୟକତା ଓ ସ୍ଥିତିକୁ ପରଖି କ୍ରେଡିଟ, ଡେବିଡ କାର୍ଡକୁ ଆକ୍ଟିଭ ଓ ଡିଆକ୍ଟିଭ କରିପାରିବ । ଏ ନେଇ ଆରବିଆଇ ଗ୍ରାହକଙ୍କୁ ଅନୁମତି ଦେଇଛି ।

RBI allows users to enable, disable credit, debit cards; modify usage limit
ଏଟିଏମରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ, ମାର୍ଚ୍ଚ 16ରୁ ନିୟମ ଲାଗୁ

By

Published : Jan 16, 2020, 8:29 PM IST

ନୂଆଦିଲ୍ଲୀ: ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବଦଳାଇଲା ଏଟିଏମ ସହ ଜଡିତ ନିୟମ । ଏଣିକି କାର୍ଡ ଜାରି ସମୟରେ ଏଟିଏମ ଓ PoS ଉପରେ କେବଳ ଡୋମୋଷ୍ଟିକ କାର୍ଡ ବ୍ୟବହାର ପାଇଁ ଅନୁମତି ପାଇଁ ବ୍ୟାଙ୍କକୁ କହିଛି ଆରବିଆଇ ।

ଆରବିଆଇ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଅନ୍ତରାଷ୍ଟ୍ରୀୟ ନେଣଦେଣ ପାଇଁ ସ୍ବତନ୍ତ୍ର ଭାବେ ମଞ୍ଜୁରୀ ନେବାକୁ ପଡିବ । ଏହା ବ୍ୟତିତ ଅନଲାଇନ ନେଣଦେଣ, କାର୍ଡ ନଥିବା ସମୟରେ ନେଣଦେଣ ଓ କଣ୍ଟାକ୍ଟଲେସ ନେଣଦେଣ ପାଇଁ ଗ୍ରାହକଙ୍କୁ ନିଜ କାର୍ଡରେ ସମସ୍ତ ସେବାକୁ ସେଟ କରିବାକୁ ହେବ । ନୂଆ କାର୍ଡ ପାଇଁ ଏହି ନୂଆ ନିୟମ ମାର୍ଚ୍ଚ 16ରୁ ଲାଗୁ ହେବ । ସେହିପରି ପୁରୁଣାକାର୍ଡଧାରୀ ନିଷ୍ପତ୍ତି ନେବେ କି, ଉକ୍ତ ସୁବିଧା ଭିତରୁ କାହାକୁ ବନ୍ଦ କରିବେ ଓ କେବେ ନୂଆ ଆରମ୍ଭ କରିବେ।

ଜାଣନ୍ତୁ ଆରବିଆଇର ଡେବିଟ ଓ କ୍ରେଡିଟ କାର୍ଡ ଜଡିତ ନୂଆ ନିୟମ

ଡେବିଟ ଓ କ୍ରେଡିଟ କାର୍ଡ ଜାରି ସମୟରେ ଗ୍ରାହକଙ୍କୁ ଘରୋଇ ଟ୍ରାଞ୍ଜାକ୍ସନ ପାଇଁ ଅନୁମତି ଦିଆଯିବ । ଅର୍ଥାତ ଯଦି ଆବଶ୍ୟକ ନାହିଁ ତେବେ ଏଟିଏମ ମେସିନରୁ ଟଙ୍କା ଉଠାଣ ଓ PoS ଟର୍ମିନାଲ ଉପରେ ସପିଙ୍ଗ ପାଇଁ ବିଦେଶୀ ଟ୍ରାଞ୍ଜାକ୍ସନ ପାଇଁ ସୀକୃତି ନ ଦିଆଯାଉ ।
ତେବେ ଗ୍ରାହକ ନିଜେ ନିଷ୍ପତ୍ତି ନେବ କି ଗ୍ରାହକ ଇଣ୍ଟରନ୍ୟାସନାଲ ନା ଘରୋଇ ଟ୍ରାଞ୍ଜାକ୍ସନ ଦରକାର । ଅର୍ଥାତ ଗ୍ରାହକ ନିଜେ ସୁରକ୍ଷା ଆଧାରରେ ସମସ୍ତ ଆବେଦନ କରିପାରିବ ।

ଗ୍ରାହକ 24 ଘଣ୍ଟା 7 ଦିନ ନିଜ ଟ୍ରାଞ୍ଜାକ୍ସନ ଲିମିଟକୁ କେବେ ବି ପରିବର୍ତ୍ତନ କରିପାରିବ । ସରଳରେ କହିବାକୁ ଗଲେ ଏବେ ଆପଣ ନିଜେ ଏଟିଏମ କାର୍ଡକୁ ମୋବାଇଲ ଆପ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ଏଟିଏମ ମେସିନ ବ୍ୟବହାର କରି ନହେଲେ ଆଇବିଆର ଜରିଆରେ କେବେ ବି ଏହାର ଟ୍ରାଞ୍ଜାକ୍ସନ ସୀମା ନିର୍ଦ୍ଧାରଣ କରିପାରିବେ ।

କହିରଖୁଛୁ ଯେ, ଆରବିଆଇ ଜାରି କରିଥିବା ଏହି ନୂଆ ନିୟମ ପ୍ରିପେଡ କାର୍ଡ ପରେ ଲାଗୁ ହେବ ନାହିଁ ।

ABOUT THE AUTHOR

...view details