ଓଡିଶା

odisha

ETV Bharat / business

ଟଳିଲା ଇଏମଆଇ, କମ୍ପାନୀଙ୍କ ପାଖରେ ରହିବ 2.1 ଲକ୍ଷ କୋଟି ନଗଦ

ଭାତୀୟ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ 1 ରୁ ମେ 31 ପର୍ଯ୍ୟନ୍ତ ଋଣ କିସ୍ତି ପେମେଣ୍ଟକୁ ଟାଳିଦେଇଛି । ଏଥିରେ ମୂଳଧନ ଏବଂ ସୁଧ ଅନ୍ତର୍ଭୁକ୍ତ । ଯଦି ସମସ୍ତ କମ୍ପାନୀ ଏହି ବିକଳ୍ପକୁ ଚୟନ କରନ୍ତି, ତେବେ ସେମାନଙ୍କୁ ନଗଦ ଆକାରରେ 2.10 ଲକ୍ଷ କୋଟି ଟଙ୍କାର ମୁକ୍ତି ମିଳିବ। ଅଧିକ ପଢନ୍ତୁ...

3-month EMI moratorium
ଟଳିଲା ଇଏମଆଇ, କମ୍ପାନୀଙ୍କ ପାଖରେ ରହିବ 2.1 ଲକ୍ଷ କୋଟି ନଗଦ

By

Published : Apr 22, 2020, 1:06 AM IST

ମୁମ୍ବାଇ: ଯଦି ସମସ୍ତ କମ୍ପାନୀ 3 ମାସର ଋଣ କିସ୍ତି ସ୍ଥଗିତ ଲାଭ ଉଠାନ୍ତି, ତେବେ ସେମାନଙ୍କ ପାଖରେ 2.10 ଲକ୍ଷ କୋଟି ଟଙ୍କା ଅତିରିକ୍ତ ନଗଦ ଉପଲବ୍ଧ ରହିବ। ରେଟିଂ ଏଜେନ୍ସି କ୍ରିସିଲ ନିଜର ଏକ ରିପୋର୍ଟରେ ଏ ନେଇ ସୂଚନା ଦେଇଛି ।

କ୍ରିସିଲ ରେଟିଂ ଏହି ଅନୁମାନ 100ଟି କ୍ଷେତ୍ରର ଅଣ ଆର୍ଥିକ କମ୍ପାନୀ ଆକଳନ ଉପରେ ଆଧାରିତ । ଏହି ସବୁ କମ୍ପାନୀର ରେଟିଂ କ୍ରିସିଲ କରିଥାଏ । ଏଥିରେ ଅନ୍ତଭୁକ୍ତ ବିଦ୍ୟୁତ, ଟେଲିକମ, ସଡକ, କପଡା ଓ ସାର କ୍ଷେତ୍ରର କମ୍ପାନୀଙ୍କୁ ସର୍ବାଧିକ ଲାଭ ହେବ । ଏମାନଙ୍କ ପାଖରେ ସମୁଦାୟ ଅତିରିକ୍ତ ନଗଦର ପାଖାପାଖୀ 47 ପ୍ରତିଶତ ରିଲିଫ ଉପଲବ୍ଧ ରହିବ ।

କ୍ରିସିଲ କହିଛି ଯେ, ଭାତୀୟ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ 1 ରୁ ମେ 31 ପର୍ଯ୍ୟନ୍ତ ଋଣ କିସ୍ତି ପେମେଣ୍ଟକୁ ଟାଳିଦେଇଛି । ଏଥିରେ ମୂଳଧନ ଏବଂ ସୁଧ ଅନ୍ତର୍ଭୁକ୍ତ । ଯଦି ସମସ୍ତ କମ୍ପାନୀ ଏହି ବିକଳ୍ପକୁ ଚୟନ କରନ୍ତି, ତେବେ ସେମାନଙ୍କୁ ନଗଦ ଆକାରରେ 2.10 ଲକ୍ଷ କୋଟି ଟଙ୍କାର ମୁକ୍ତି ମିଳିବ ।

3 ମାସ ଅବଧିରେ ପରିଶୋଧ ହେଉଥିବା ମୂଳଧନ ଓ ସୁଧ ପରିମାଣକୁ ହିସାବକୁ ନେଇ କ୍ରିସିଲ ଏହି ଆକଳନ କରିଛି ।

ABOUT THE AUTHOR

...view details