ଓଡିଶା

odisha

ETV Bharat / business

ଏନସିଏଲଟି ରାୟକୁ ରତନଟାଟାଙ୍କ ଚ୍ୟାଲେଞ୍ଜ, ସୁପ୍ରିମକୋର୍ଟଙ୍କ ହେଲେ ଦ୍ବାରସ୍ଥ - ମିସ୍ତ୍ରୀଙ୍କ ପୁନଃ ନିଯୁକ୍ତିକୁ ବିରୋଧ

ସାଇରସ ମିସ୍ତ୍ରୀଙ୍କ ପୁନଃନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଟାଟା ଗ୍ରୁପ ଅଧ୍ୟକ୍ଷ ରତନ ଟାଟା। ସେ କହିଛନ୍ତି ଯେ, ମିସ୍ତ୍ରୀ ନିଜ କାର୍ଯ୍ୟକାଳ ସମୟରେ ନିର୍ଦ୍ଦେଶକ ମଣ୍ଡଳର ସଦସ୍ୟଙ୍କ ଶକ୍ତିକୁ ହାତକୁ ନେଇଥିଲେ। ଏଥିସହ ‘ଟ୍ରାଟା ବ୍ରାଣ୍ଡ’ ପ୍ରତିଛବିକୁ ନଷ୍ଟ କରୁଥିଲେ।

ratan tata moves sc against nclat order reinstating mistry as tata sons chairman
ଏନସିଏଲଟି ରାୟକୁ ରତନଟାଟାଙ୍କ ଚ୍ୟାଲେଞ୍ଜ, ସୁପ୍ରିମକୋର୍ଟଙ୍କ ହେଲେ ଦ୍ବାରାସ୍ଥ

By

Published : Jan 4, 2020, 7:33 PM IST

ନୂଆଦିଲ୍ଲୀ: ସାଇରସ ମିସ୍ତ୍ରୀଙ୍କ ପୁନଃନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଟାଟାଗ୍ରୁପ ଅଧ୍ୟକ୍ଷ ରତନ ଟାଟା। ଏନେଇ ସେ କହିଛନ୍ତି ଯେ, ମିସ୍ତ୍ରୀ ନିଜ କାର୍ଯ୍ୟକାଳ ସମୟରେ ନିର୍ଦ୍ଦେଶକ ମଣ୍ଡଳର ସଦସ୍ୟଙ୍କ ଶକ୍ତିକୁ ହାତକୁ ନେଇଥିଲେ। ଏଥିସହ ‘ଟ୍ରାଟା ବ୍ରାଣ୍ଡ’ ପ୍ରତିଛବିକୁ ନଷ୍ଟ କରୁଥିଲେ।


ପ୍ରକାଶ ଯେ, 2016 ଅକ୍ଟୋବରରେ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ମିସ୍ତ୍ରୀଙ୍କୁ ହଟାଯାଇଥିଲା। ଏନେଇ ଗତ ଡିସେମ୍ବର 18 ତାରିଖରେ ଜାତୀୟ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ(ଏନସିଏଲଟି) ନିଜ ଶୁଣାଣୀରେ କହିଥିଲେ ଯେ, ଟାଟା ସନ୍ସରୁ ସାଇରସ ମିସ୍ତ୍ରୀଙ୍କୁ ବହିସ୍କାର କରି ରତନ ଟାଟା ସଂଖ୍ୟାଲଘୁ ଅଂଶୀଦାରଙ୍କୁ ଅବମାନନା କରିଛନ୍ତି। ଏହା ଏକ ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତି। ଏଣୁ ମିସ୍ତ୍ରୀଙ୍କୁ ପୁଣି ଥରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ଦରକାର।

ଏହା ଉପରେ ରତନ ଟାଟା କହିଛନ୍ତି ଯେ, ମସ୍ତ୍ରୀଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ବେଳେ ସର୍ତ୍ତ ରଖାଯାଇଥିଲା। ପାରିବାରିକ ବ୍ୟବସାୟରୁ ସେ ନିଜକୁ ଦୂରେଇ ରଖିବାକୁ କୁହାଯାଇଥିଲା। ହେଲେ ଏ କ୍ଷେତ୍ରରେ ମିସ୍ତ୍ରୀ ଓଲଟା ଆଭିମୁଖ୍ୟ ଦେଖାଉଥିଲେ।

ପାରିବାରିବ ବ୍ୟବସାୟରେ ଅଧିକ ମନୋନିବେଶ କରି ମିସ୍ତ୍ରୀ ନିଜ ନେତୃତ୍ବରେ ନିଭାଉନଥିଲେ। ସେ ଜାପାନ କମ୍ପାନୀ ଡୋକୋମୋ ସହ ଟାଟାର ଦାୟିତ୍ବକୁ ସମ୍ଭାଳିବାରେ ଫେଲ ମାରିଛନ୍ତି। ଏହାସହ ତାଙ୍କର ଜିଦଖୋର ମନୋଭାବ ଟାଟା ସନ୍ସ ଉପରେ ନକରାତ୍ମକ ପ୍ରଭାବ ପକାଇଥିଲା। ଏନେଇ ରତନ ଟାଟା କୋର୍ଟରେ ଯାଚିକା ଦାୟର କରି କହିଛନ୍ତି ଯେ, ଏନସିଏଲଟିର ରାୟ ଭୁଲ। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଓ ନିରାଶଜନକ। ଏନସିଏଲଟି ବିନା ପ୍ରମାଣରେ ତାଙ୍କ ବିରୋଧରେ ଏପରି ଟିପ୍ପଣୀ ଦେଇଛି।

ଯେତେବେଳେ କି ଟାଟା ସନ୍ସ ଓ ଟାଟା କମ୍ପାନୀର ପରିଚାଳିତ କମ୍ପାନୀକୁ ବିଶ୍ବର ପ୍ରମୁଖ ସ୍ଥାନକୁ ନେବା ପାଇଁ ନିଜ ପୂରା ଜୀବନ ଲଗାଇଦେଇଛନ୍ତି। ଏନସିଏଲଟିର ରାୟକୁ ଚ୍ୟାଲେଞ୍ଜ କରି ରତନ ଟାଟା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

ABOUT THE AUTHOR

...view details