ମୁମ୍ବାଇ:ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ(Ratan Tata Honoured With Assam's Highest Civilian Award) । ବୁଧବାର ମୁମ୍ବାଇ କୋଲୋବା ଠାରେ ଆୟୋଜିତ ଏକ ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ 'ଆସାମ ବୈଭବ'(Assam Baibhav)ରେ ସମ୍ମାନିତ କରିଛନ୍ତି ।
ଗତ ଜାନୁଆରୀ ୨୪ ତାରିଖ ଦିନ ଗୌହାଟୀ ସ୍ଥିତ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଆୟୋଜିତ ଏକ ଆୱାର୍ଡ ସମାରୋହରେ ରତନ ଟାଟାଙ୍କୁ 'ଆସାମ ବୈଭବ' ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ବ୍ୟକ୍ତିଗତ କାରଣ ଯୋଗୁଁ ସେ ସେଦିନ ସମାରୋହରେ ଯୋଗ ଦେଇପାରି ନଥିଲେ । ବୁଧବାର ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।