ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟ କରୁଥିବା ପ୍ରତିଟି ଶ୍ରମିକଙ୍କୁ ସରକାରଙ୍କ ମଜୁରୀ ଭେଟି । ଏଣିକି କେନ୍ଦ୍ର ନିର୍ଦ୍ଧାରଣ କରିବ ସମସ୍ତ ସଙ୍ଗଠିତ ଓ ଅଣସଙ୍ଗଠିତ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ । ଏ ନେଇ ଏକ ନୂଆ ବିଲକୁ ଶୁକ୍ରବାର ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତାର ସହ ମଞ୍ଜୁରୀ ମିଳିଛି । ‘ମଜୁରୀ ସଂହିତା ବିଲ 2019’ ନାମରେ ଏହାକୁ ଶ୍ରମିକଙ୍କ ଦରମା ଓ ସମସ୍ୟା ଦୂର ପାଇଁ କାର୍ଯ୍ୟକାରୀ କରାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ । ଏହାଦ୍ବାରା ଦେଶର ପାଖାପାଖି 50 ଲକ୍ଷ ଶ୍ରମିକ ଲାଭବାନ ହେବେ ।
ମଜୁରୀ କୋଡ ବିଲ ପାସ, ପ୍ରତି ମାସର 7 ତାରିଖରେ ମିଳିବ ଦରମା - ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ
ଶୁକ୍ରବାର ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତାର ମଜୁରି କୋଡ ବିଲ ପାସ ହୋଇଛି । ଏହା ଅନୁଯାୟୀ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ସରକାର ନିର୍ଦ୍ଧାରଣ କରିବେ । ‘ମଜୁରୀ ସଂହିତା ବିଲ 2019’ ନାମରେ ଏହାକୁ ଶ୍ରମିକଙ୍କ ଦରମା ଓ ସମସ୍ୟା ଦୂର ପାଇଁ କାର୍ଯ୍ୟକାରୀ କରାଯିବ । ଏହାଦ୍ବାରା ଦେଶର ପାଖାପାଖି 50 ଲକ୍ଷ ଶ୍ରମିକ ଲାଭବାନ ହେବେ ।

ଫାଇଲ ଫଟୋ
ଏହି ବିଲ ମାଧ୍ୟମରେ ସରକାର ବହୁ ସଂଶୋଧନ ଆଣିଛନ୍ତି । ଏହା ଅନୁଯାୟୀ, ପ୍ରତି ମାସର 7 ତାରିଖ ସୁଦ୍ଧା ମିଳିବ ମାସିକ ଦରମା । ସେହିଭଳି ସାପ୍ତାହିକ ଭାବେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଶେଷ ଦିନରେ ଦରମା ଓ ଦିନିକିଆ ଶ୍ରମିକଙ୍କୁ କାମ ଶେଷରେ ସେମାନଙ୍କ ପ୍ରାପ୍ୟ ମିଳିବ । ଶ୍ରମିକଙ୍କର ଦକ୍ଷ ଓ କାର୍ଯ୍ୟକୁଶଳ ଓ ପ୍ରକାର-ପରିମାଣ ଉପରେ ସରକାର ଦରମା ନିର୍ଦ୍ଧାରଣ କରିବେ ।
ସଂଦସରେ ଷ୍ଟାଣ୍ଡି କମିଟିର ସୁପାରିସରେ ଏହି ବିଲକୁ ପ୍ରସ୍ତୁତ କରାଯାଇଛି । ଏହା ଅନୁଯାୟୀ ପ୍ରତି 5 ବର୍ଷରେ ଏହି ବିଲର ସଂଶୋଧନ ହୋଇ ସର୍ବନିମ୍ନ ମଜୁରୀ ସ୍ଥିର ହେବ ।