ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ବ୍ୟାଙ୍କିଂ ନିୟାମକ ସଂଶୋଧନ ବିଲ 2020 (Banking Regulation Amendment Bill 2020) । ଏହି ବିଲ ଜରିଆରେ ସହକାରୀ ବା କୋଅପରେଟିଭ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ସୁପରଭିଜନରେ ଆଣିବାକୁ ପ୍ରସ୍ତାବ ଦିଆଯାଇଛି ।
ପୂର୍ବରୁ ଲୋକସଭାରେ ଏହି ବିଲ ପାସ ହୋଇଥିଲା ସମୟରେ ଅର୍ଥମନ୍ତ୍ରୀ କହିଥିଲେ କି, ‘‘ଆମେ ଏହି ସଂଶୋଧନକୁ ଜମାକର୍ତ୍ତାଙ୍କୁ ସୁରକ୍ଷା ଦେବା ପାଇଁ ଆଣିବାକୁ ଚେଷ୍ଟା କରୁଛୁ । କାରଣ ବ୍ୟାଙ୍କ ସ୍ଥିତି ବିଗିଡିରଲେ ଏହାର ସାମ୍ନା ଜମାକର୍ତ୍ତାଙ୍କୁ କରିବାକୁ ପଡୁଛି ।’’