ଓଡିଶା

odisha

ବୀମା ବିଲ ରାଜ୍ୟସଭାରେ ମଞ୍ଜୁର, ବଢିବ ବିଦେଶୀ ନିବେଶ ସୀମା

By

Published : Mar 18, 2021, 10:28 PM IST

ବୀମା ସେକ୍ଟରରେ ମିଳିବ ଅଧିକ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ । ଏବେ 49 ନୁହେଁ 74 ପ୍ରତିଶତ ହେବ ବୀମା କ୍ଷେତ୍ରରେ ବିଦେଶୀ ନିବେଶ । ବିରୋଧୀଙ୍କ ହଟ୍ଟଗୋଳ ପରେ ଏହି ବିଲକୁ ରାଜ୍ୟସଭାରେ ମିଳିଛି ମଞ୍ଜୁରୀ । ଅଧିକ ପଢନ୍ତୁ...

ବୀମା ବିଧେୟକ ରାଜ୍ୟସଭାରେ ମଞ୍ଜୁର, ବଢିବ ବିଦେଶୀ  ନିବେଶ ସୀମା
ବୀମା ବିଧେୟକ ରାଜ୍ୟସଭାରେ ମଞ୍ଜୁର, ବଢିବ ବିଦେଶୀ ନିବେଶ ସୀମା

ନୂଆଦିଲ୍ଲୀ: ବୀମା (ସଂଶୋଧନ) ବିଧେୟକକୁ ରାଜ୍ୟସଭାରେ ମିଳାଲା ଗ୍ରୀନସିଗନାଲ । ବୀମା କ୍ଷେତ୍ରରେ ଏଫ୍‍ଡିଆଇ ଅନୁପାତ ବୃଦ୍ଧିକୁ ରାଜ୍ୟସଭାରେ ମଞ୍ଜୁରୀ ଦିଆଯାଇଛି । ଏହି ବିଲରେ ବୀମା କ୍ଷେତ୍ରରେ ସର୍ବୋଚ୍ଚ ବିଦେଶୀ ପୁଞ୍ଜି ନିବେଶ 49 ପ୍ରତିଶତରୁ 74 ପ୍ରତିଶତକୁ ବୃଦ୍ଧି କରିବାକୁ ବ୍ୟବସ୍ଥା ରହିଛି ।

ରାଜ୍ୟସଭାରେ ଏହି ବିଲ ଉପରେ ହୋଇଥିବା ଚର୍ଚ୍ଚା ଓ ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି , ଏହି କ୍ଷେତ୍ରରେ ଅଂଶଧନ ବୃଦ୍ଧି ସହିତ କମ୍ପାନୀଗୁଡିକର ନିୟନ୍ତ୍ରଣ ବିଦେଶୀ କମ୍ପାନୀଗୁଡିକ ହାତକୁ ଯିବ, କିନ୍ତୁ ଏହି କମ୍ପାନୀଗୁଡିକରେ କେବଳ ଭାରତୀୟ ଲୋକଙ୍କୁ ବୋର୍ଡ ଅଫ୍ ଡାଇରେକ୍ଟର୍ସ ଏବଂ ମ୍ୟାନେଜମେଣ୍ଟରେ ନିଯୁକ୍ତ କରାଯିବ ଏବଂ ସେମାନଙ୍କ ପାଇଁ ଭାରତୀୟ ଆଇନ ଲାଗୁ ହେବ । ଏଥିସହ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ନିବେଶର ସୀମା ବଢିବା ଦ୍ବାରା ଏହି ସେକ୍ଟର କମ୍ପାନୀର ବଢୁଥିବା ପୁଞ୍ଜି ଆବଶ୍ୟକତା ଓ ଅଭାବ ପୂରଣ ହୋଇପାରିବ । ଅର୍ଥମନ୍ତ୍ରୀ କହିଛନ୍ତି କି ‘‘ ବୀମା କ୍ଷେତ୍ରର ନିୟାମକ ସମସ୍ତ ପକ୍ଷର ଗଭୀର ବିଚାର ବିମର୍ଶ ପରେ ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ ବଢାଇବାକୁ ନିର୍ଣ୍ଣୟ ନେଇଛି । ’’

ତଥ୍ୟ ଅନୁସାରେ 2015 ରେ ବୀମା କ୍ଷେତ୍ରରେ ଏଫଡିଆଇ ସୀମା 26 ପ୍ରତିଶତରୁ ବଢାଇ 49 ପ୍ରତିଶତ କରାଯାଇଥିଲା । ଆଉ ଏହା ପରେ 26,00 କୋଟି ନିବେଶ ଆସିଥିଲା । ଏଫଡିଆଇ ସୀମା ବୃଦ୍ଧି ଦେଶରେ ଜୀବନ ବୀମାର ଅନୁପ୍ରବେଶ ବୃଦ୍ଧି କରିବ । ଜୀବନ ବୀମା ପ୍ରିମିୟମ ଜିଡିପିର 3.6 ପ୍ରତିଶତ । ଯାହା ବୈଶ୍ବିକ ହାରାହାରି 7.13 ପ୍ରତିଶତ ଠାରୁ କମ୍ ଅଟେ । ସାଧାରଣ ବୀମା କ୍ଷେତ୍ରରେ ଏହା ଜିଡିପିର 0.94 ପ୍ରତିଶତ ଅଟେ । ଯେତେବଳେ କି ବିଶ୍ବ ଜିଡିପିରେ ଏହାର ହାରାହାରୀ ଭାଗ 2.88 ପ୍ରତିଶତ ଅଛି ।

ଅଧିକ ପୁଞ୍ଜି ନିବେଶ ଆସିବା ଦ୍ବାରା କେବଳ ପ୍ରତିଯୋଗିତା ବୃଦ୍ଧି ପାଇବ ନାହିଁ, ବରଂ ଲୋକମାନେ ଉନ୍ନତ ପ୍ୟାକେଜ୍ ପାଇବେ, ଉନ୍ନତ ପ୍ରିମିୟମ୍ ସୁବିଧା ଏବଂ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବ । ସୀତାରମଣ କହିଛନ୍ତି ଯେ ବ୍ୟାପକ ବିଚାର ବିମର୍ଶ ପରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି ଏବଂ ଦେଶର ସ୍ୱାର୍ଥକୁ ସାମ୍ନା କରିବାର କୌଣସି ପ୍ରଶ୍ନ ନାହିଁ।

ରାଜ୍ୟସଭାରେ ବୀମା ସଂଶୋଧନ ବିଲ୍ 2021 ପାସ ହେବା ପରେ ଏହା ବର୍ତ୍ତମାନ ଲୋକସଭାରେ ଚର୍ଚ୍ଚା ପାଇଁ ଉପସ୍ଥାପିତ ହେବ। ବିରୋଧୀ କଂଗ୍ରେସ ସଦସ୍ୟ ତଥା ରାଜ୍ୟସଭାର ଅନ୍ୟ ଦଳର ସଦସ୍ୟମାନେ ଏହି ବିଲକୁ ବିରୋଧ କରି ଗୃହ ବାହାରକୁ ଚାଲିଯାଇଥିଲେ । ବିଧେୟକକୁ ସଂସଦରେ ଚର୍ଚ୍ଚା ଲାଗି ଉପସ୍ଥାପନ ପୂର୍ବରୁ ଏହାକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ବିରୋଧୀ ଦଳମାନେ ଦାବି କରିଥିଲେ । ଏହା ପରେ ବହୁ ହୋ ହାଲ୍ଲା ଓ ବିରୋଧ ମଧ୍ୟରେ ଅର୍ଥମନ୍ତ୍ରୀ ଏହାକୁ ଉପସ୍ଥାପନ କରିଥିଲେ । ଶେଷରେ ଏହା ଭଏସ ଭୋଟ୍ ଦ୍ୱାରା ପାରିତ ହୋଇଛି ।

ABOUT THE AUTHOR

...view details