ଓଡିଶା

odisha

ETV Bharat / business

ବଢିପାରେ ଏସବିଆଇ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ବର୍ତ୍ତମାନ ଆର୍ଥିକ ସଙ୍କଟ ଓ ଅନିଶ୍ଚିତତା ମଧ୍ୟରେ ଏସବିଆଇ ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ବଦଳରେ ରଜନୀଶ କୁମାରଙ୍କୁ ହିଁ ଏହି ପଦବୀରେ ବସାଇପାରନ୍ତି ସରକାର । ତାଙ୍କର କାର୍ଯ୍ୟକାଳ ବଢିପାରେ । ଅଧିକ ପଢନ୍ତୁ..

ବଢିପାରେ ଏସବିଆଇ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ
ବଢିପାରେ ଏସବିଆଇ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

By

Published : Aug 8, 2020, 8:55 PM IST

ମୁମ୍ବାଇ: ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାରଙ୍କ କାର୍ଯ୍ୟକାଳ ଅବଧି ବଢିପାରେ । ଅକ୍ଟୋବରରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେବେ ଏହି ପଦବୀ ପୂରଣ ପାଇଁ ସରକାର ତାଙ୍କୁ ସାକ୍ଷାତକାର ଦେବାକୁ କହିଛନ୍ତି । ଏଥିରୁ ସଙ୍କେତ ମିଳିଛି କି କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ ।

ଏହି ପଦବୀ ପାଇଁ ଏସବିଆଇର ତିନିଜଣ ପରିଚାଳନା ନିର୍ଦ୍ଦେଶକ ଦୀନେଶ କୁମାର, ଅରିଜିତ ବସୁ ଏବଂ ସି ଏସ ଶେଟ୍ଟୀଙ୍କ ମଧ୍ୟ ସାକ୍ଷାତକାର ନିଆଯାଇପାରେ । ଏ ନେଇ 2 ଜଣ ଅଧିକାର କହିଛନ୍ତି କି ବ୍ୟାଙ୍କ ବୋର୍ଡ ବ୍ୟୁରୋ ଅଗଷ୍ଟ 18 କିମ୍ବା 19ରେ ଡିଜିଟାଲ ସାକ୍ଷାତକାର ଦେବ। ଏସବିଆଇରେ ଚତୁର୍ଥ ଏମଡି ପଦବୀ ଖାଲି ରହିଛି।

ପ୍ରକାଶ ଯେ, ରଜନୀଶ କୁମାରଙ୍କ ପୂର୍ବରୁ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କୁ 2016 ରେ 1 ବର୍ଷରୁ ଅଧିକ ଏକ୍ସଟେସନ ମିଳିଥିଲା । ସେହି ସମୟରେ ଏସବିଆଇରେ 5 ଆସୋସିଏଟ୍ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କର ମିଶ୍ରଣ ପ୍ରକ୍ରିୟା ଚାଲିଥିଲା ।

ରଜନୀଶ କୁମାର 2017ରେ ଏସବିଆଇ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ସେ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନ ନେଇଥିଲେ । ଏହା ପୂର୍ବରୁ ଗତ ସପ୍ତାହର ସରକାର ସେବିର ଚେୟାରମ୍ୟାନ ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ମଧ୍ୟ 18 ମାସ ଅର୍ଥାତ 2022 ଫେବୃଆରୀ ଯାଏଁ ବୃଦ୍ଧି କରିଛନ୍ତି ।

ABOUT THE AUTHOR

...view details