ଓଡିଶା

odisha

ETV Bharat / business

ଆର୍ଥିକ ସଚିବ ପଦରୁ ଅବସର ନେଲେ ରାଜୀବ କୁମାର - ଅବସର ନେଲେ ରାଜୀବ କୁମାର

ଆର୍ଥିକ ସଚିବ ପଦରୁ ଅବସର ନେଲେ ରାଜୀବ କୁମାର । ଶନିବାର ଅର୍ଥମନ୍ତ୍ରାଣଳୟରେ ସେ ନିଜର କାର୍ଯ୍ୟକାଳକୁ ପୂରା କରିଛନ୍ତି । ଅଧିକ ପଢନ୍ତୁ....

rajeev kumar retires as finance secretary
ଆର୍ଥିକ ସଚିବ ପଦରୁ ଅବସର ନେଲେ ରାଜୀବ କୁମାର

By

Published : Feb 29, 2020, 11:22 PM IST

ନୂଆଦିଲ୍ଲୀ: ଆର୍ଥିକ ସଚିବ ପଦରୁ ଅବସର ନେଲେ ରାଜୀବ କୁମାର । ଶନିବାର ଅର୍ଥମନ୍ତ୍ରାଣଳୟରେ ସେ ନିଜର କାର୍ଯ୍ୟକାଳକୁ ପୂରା କରିଛନ୍ତି । ଏନେଇ ଟ୍ବିଟ କରି କୁମାର ସୂଚନା ଦେଇଛନ୍ତି ।

ଆର୍ଥିକ ସଚିବ ପଦରୁ ଅବସର ନେଲେ ରାଜୀବ କୁମାର

ରାଜୀବ କୁମାର ନିଜ ଟ୍ବିଟରେ କହିଛନ୍ତି ଯେ, ଜଣେ ପ୍ରଶାସନିକ ସେବକ ରୂପରେ 38 ବର୍ଷର ଯାତ୍ରା କରି ଏବେ ସେ ପୁରୁଣା ହୋଇଗଲେ ।

ସେହିପରି ଆଉ ଏକ ଟ୍ବିଟରେ ସେ କହିଛନ୍ତି କି, ଅର୍ଥ ସଚିବ ରୂପେ ଏହା ତାଙ୍କର ଶେଷ ଟ୍ବିଟ । 38 ବର୍ଷର ପ୍ରଶାସନିକ ସେବାରେ ଆପଣ ସମସ୍ତଙ୍କ ଆଭାର ( Gratitude) । ଉଚ୍ଚ ଆଧ୍ୟାତ୍ମିକ ଯାତ୍ରା ମଧ୍ୟରେ ଗୁରୁଦେବଙ୍କ ଶବ୍ଦ ସବୁ ମୋ ଆଗାମୀ କାମ (ଯାହା ମତେ ବହୁତ ସମର୍ଥନ କରିଥାଏ)କୁ ଜାରି ରଖିବି । ନୂଆ ପୀଢିକୁ ସମର୍ପିତ । ଜୟ ହିନ୍ଦ ।

ଆର୍ଥିକ ସଚିବ ପଦରୁ ଅବସର ନେଲେ ରାଜୀବ କୁମାର

ପୂର୍ବତନ ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କ ପରେ ରାଜୀବ କୁମାର ଏହି ଦାୟିତ୍ବ ତୁଲାଇଥିଲେ । ରାଜୀବ କୁମାର ଭାରତୀୟ ପ୍ରଶାସନିକ ସେବା 1984 ବ୍ୟାଚର ଝାଡଖଣ୍ଡ କ୍ୟାଡରର ଅଧିକାରୀ ଥିଲେ ।

ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ ଦେବାଷିଶ ପାଣ୍ଡା ଆର୍ଥିକ ସେବା ବିଭାଗ (ଡିଏଫଏସ)ରେ ସଚିବ ରୂପେ ରାଜୀବ କୁମାରଙ୍କ ସ୍ଥାନ ନେବେ ।

ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି(ଏସିସି) ପକ୍ଷରୁ ଫେବୃଆରୀ 13ରେ ପାଣ୍ଡାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦିଆଯାଇଛି । ବର୍ତ୍ତମାନ ପାଣ୍ଡା ଡିଏଫଏସରେ ଜଣେ ଅତିରିକ୍ତ ସଚିବ ରୂପେ କାମ କରୁଛନ୍ତି ।

ABOUT THE AUTHOR

...view details