ନୂଆଦିଲ୍ଲୀ: ରେଳବାଇର ଭିତ୍ତିଭୂମି ଘରୋଇକରଣ ନେଇ ରହିଥିବା ଦ୍ବନ୍ଦକୁ ନେଇ ସ୍ପଷ୍ଟ କରିଛନ୍ତି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ । କହିଲେ ରେଲୱେ ସମ୍ପତ୍ତିର ଘରୋଇକରଣ ହେବନି, କିନ୍ତୁ ଏହାର ଯୋଜନା ବିକାଶକୁ ଗତି ଦେବା ପାଇଁ ଆସେଟ ମୁଦ୍ରୀକରଣ ( ମନିଟାଇଜେସନ) ହେବ । ଏ ନେଇ ଶୁକ୍ରବାର ରାଜ୍ୟସଭାରେ ଜବାବ ରଖିଛନ୍ତି ଗୋୟଲ ।
ସେ କହିଛନ୍ତି କି, ସାର୍ବଜନୀକ ଘରୋଇ ସହଭାଗୀତା (ପିପିପି) ଜରିଆରେ ଆରମ୍ଭ କରାଯାଇଥିବା ପାସେଞ୍ଜର ଟ୍ରେନ ପରିଚାଳନା କରାଯିବ । ଏହା ଦ୍ବାରା ପ୍ରାୟ 30,000 କୋଟି ଟଙ୍କାର ମୋଟ ନିବେଶ ଲକ୍ଷ୍ୟ ରଖାଯାଇଛି । ରାଜ୍ୟସଭା ପ୍ରଶ୍ନକାଳ ସମୟରେ ପଚରାଯାଇଥିବା ପ୍ରଶ୍ନର ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି ।