ଓଡିଶା

odisha

ETV Bharat / business

ଆୟରୁ ପରିଚାଳନା ଖର୍ଚ୍ଚ ଭରଣ କରିବ ରେଲୱେ - ରେଲୱେ ବୋର୍ଡର ଅଧ୍ୟକ୍ଷ ମିଟିଂ

2020ରେ ରେଲୱେ କୁ ଯାତ୍ରୀ ରାଜସ୍ବରେ ଗତ ବର୍ଷ ତୁଳନାରେ 87 ପ୍ରତିଶତ କ୍ଷତି ହୋଇଛି । କୋରୋନୋ ମହାମାରୀ ମଧ୍ୟରେ ରେଲୱେକୁ ହୋଇଥିବା କ୍ଷତି ସମ୍ବନ୍ଧରେ କହି ଯାଦବ ଏହି ମନ୍ତବ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ...

ଆୟରୁ ପରିଚାଳନା ଖର୍ଚ୍ଚ କରିବ ରେଲୱେ
ଆୟରୁ ପରିଚାଳନା ଖର୍ଚ୍ଚ କରିବ ରେଲୱେ

By

Published : Dec 26, 2020, 8:49 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ କାରଣରୁ ଲାଗୁ ଲକଡାଉନ ଯୋଗୁଁ ରେଲୱେ ଏହାର ସମସ୍ତ ଟ୍ରେନ , ମେଲ ଓ ଏକ୍ସପ୍ରେସ ଟ୍ରେନର ପରିଚାଳନା ବନ୍ଦ କରିଥିଲା । ହେଲେ ରେଲୱେ ଏହାର ଆୟରୁ ପରିଚାଳନା ବ୍ୟୟକୁ ପୂରା କରିବ । ରେଲୱେ ବୋର୍ଡର ଅଧ୍ୟକ୍ଷ ଭି .କେ ଯାଦବ ଶନିବାର ଏ ନେଇ କହିଛନ୍ତି ।

2020ରେ ରେଲୱେ କୁ ଯାତ୍ରୀ ରାଜସ୍ବରେ ଗତ ବର୍ଷ ତୁଳନାରେ 87 ପ୍ରତିଶତ କ୍ଷତି ହୋଇଛି । କୋରୋନୋ ମହାମାରୀ ମଧ୍ୟରେ ରେଲୱେକୁ ହୋଇଥିବା କ୍ଷତି ସମ୍ବନ୍ଧରେ କହି ଯାଦବ ଏହି ମନ୍ତବ୍ୟ ଦେଇଛନ୍ତି ।

ବର୍ଷର ଶେଷରେ ଏକ ଭର୍ଚୁଆଲ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି ଯାଦବ କହିଛନ୍ତି କି ବ୍ୟୟ ନିୟନ୍ତ୍ରଣ ଉପାୟ ଓ ମାଲ ପରିବହନରୁ ହେବାକୁ ଥିବା ଆୟରୁ ଯାତ୍ରୀ ବିଭାଗର ରାଜସ୍ବ କ୍ଷତିର ଭରଣା କରାୟିବ ।

ସେ କହିଛନ୍ତି କି, ‘‘ କୋଭିଡ ମହାମାରୀ ଯୋଗୁଁ ଭାରତୀୟ ରେଲୱେକୁ ଏବେ ସୁଦ୍ଧା ଯାତ୍ରୀ ରାଜସ୍ବରେ 87 ପ୍ରତିଶତ କ୍ଷତି ସହିବାକୁ ପଡିଛି । ଯାହା ଗତ ବର୍ଷର 53,000 କୋଟି ଟଙ୍କାରୁ ହ୍ରାସ ହୋଇ କେବଳ 4,600 କୋଟି ଟଙ୍କା ରହିଛି ।’’

ଯାଦବ ଆହୁରୀ ମଧ୍ୟ ଜଣାଇଛନ୍ତି କି ମାଲ ପରିବହନର ରାଜସ୍ବରେ ବୃଦ୍ଧି ଆଶା ଅଛି । ତେବେ ରେଲୱେ ଗତ ବର୍ଷ ତୁଳନାରେ ଏବେ ସୁଦ୍ଧା 12 ପ୍ରତିଶତ କମ ଖର୍ଚ୍ଚ କରିଛନ୍ତି । ଆମେ ଆମର ଖର୍ଚ୍ଚକୁ ନିୟନ୍ତ୍ରଣ କରିଦେଇଛୁ । ଯେହେତୁ ବହୁ ଟ୍ରେନ ଏବେ ବି ଟ୍ରାକରେ ଗଡୁନି ଏଣୁ ଆମେ ଇନ୍ଧନ ସଞ୍ଚୟ କରୁଛୁ । କୋଭିଡ-19 ପରେ ଆମେ ଆମ ରାଜସ୍ବରେ ପରିଚାଳନା ବ୍ୟୟକୁ ପୂରା କରିବୁ । ’’

ABOUT THE AUTHOR

...view details