ନୂଆଦିଲ୍ଲୀ: ସୁପର ଆନାକୋଣ୍ଡା ରେକର୍ଡ ଭାଙ୍ଗିଲା ‘ଶେଷନାଗ’ । 2.8 କିଲୋମିଟର ଲମ୍ବର ଏହି ଟ୍ରେନ ଗୁରୁବାର ଟ୍ରାକରେ ଦୌଡିବା ସହ ଭାରତୀୟ ରେଳବାଇ ଏକ ନୂଆ କୀର୍ତ୍ତିମାନ ରଚିଛି । ଭାରତର ଏହି ସର୍ବବୃହତ୍ତ ଟ୍ରେନରେ 4ଟି ମାଲଗାହୀ ଟ୍ରେନ/ ରେକ୍ ଯୋଡାଯାଇଛି ।
ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ମୁତାବକ, 251 ଓ୍ୱାଗନ ସହ 2.8 କିଲୋମିଟ ଦୈର୍ଘ୍ୟର ‘ଶେଷନାଗ’ ଟ୍ରେନକୁ ନାଗପୁର ଡିଭିଜନରୁ କୋରବା ମଧ୍ୟରେ ଚଲାଯାଇଛି । ଶେଷନାଗ 6 ଘଣ୍ଟାରେ 260 କିଲୋମିଟର ଯାତ୍ରା ସମ୍ପର୍ଣ୍ଣ କରିଛି । ଏହି ଅନନ୍ୟ ପ୍ରୟୋଗ ମାଲ ପରିବହନର ସମୟ ବଞ୍ଚାଇବା ପାଇଁ କରାଯାଇଛି ।