ଓଡିଶା

odisha

ETV Bharat / business

ଭିତ୍ତିଭୂମି ବିକାଶ ପାଇଁ 13.68 କୋଟି ନିବେଶ କରିଛି ରେଳବାଇ - ରେଳବାଇ ଭିତ୍ତିଭୂମି ବିକାଶ

ଭାରତୀୟ ରେଳବାଇ ନିଜ ଭିତ୍ତିଭୂମି ଢାଞ୍ଚାର ବିକାଶ ଯୋଜନା ପାଇଁ 13.68 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି । ଯେଉଁଥିରେ ଡେଡିକେଟଡ ଫ୍ରେଟ କରିଡର, ଉଚ୍ଚ ଘନତ୍ବ ନେଟୱର୍କ ଉନ୍ନତିକରଣ ଏବେଂ ନେଟୱର୍କର ବିଦ୍ୟୁତକରଣ ସାମିଲ ଅଛି । ଅଧିକ ପଢନ୍ତୁ..

ଭିତ୍ତିଭୂମି ବିକାଶ ପାଇଁ 13.68 କୋଟି ନିବେଶ କରିଛି ରେଳବାଇ
ଭିତ୍ତିଭୂମି ବିକାଶ ପାଇଁ 13.68 କୋଟି ନିବେଶ କରିଛି ରେଳବାଇ

By

Published : Jul 19, 2020, 1:26 AM IST

ନୂଆଦିଲ୍ଲୀ, ଭାରତୀୟ ରେଳବାଇ ଆସନ୍ତା 5 ବର୍ଷରେ ଭିତ୍ତିଭୂମି ଢାଞ୍ଚାର ବିକାଶର ମହତ୍ବକାଂଖୀ ଯୋଜନା ପାଇଁ 13.68 କୋଟି ଟଙ୍କା ନିବେଶ କରିଛି । ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ବର୍ତ୍ତମାନର ରେଳ ନେଟୱର୍କ କ୍ଷମତାକୁ ବଢାଇବା ପାଇଁ ଓ ଆଧୁନିକରଣ ଉଦ୍ଦେଶ୍ୟରେ ରେଳବାଇ ନିଜ ଉଚ୍ଚ ଧନତ୍ବ ନେଟୱର୍କକୁ ପାଖାପାଖୀ 34,642 କିଲୋମିଟର ଟ୍ରାକକୁ ମଧ୍ୟ 2 ଗୁଣା କରିବାକୁ ଯାଉଛି । ଯେଉଁଥିରେ 96 ପ୍ରତିଶତ ଟ୍ରାଫିକ ମୁଭମେଣ୍ଟ ସାମିଲ ରହିଛି ।

2021 ଡିସେମ୍ବର ସୁଦ୍ଧା ଡେଡିକେଟେଡ ପ୍ରେଟ କରିଡର ନିର୍ମାଣ ମଧ୍ୟ ପ୍ରମୁଖ ଯୋଜନାରେ ସାମିଲ ରହିଛି । ଏଥିସହ 2023 ମାର୍ଚ୍ଚ ପର୍ଯ୍ୟନ୍ତ ଉଚ୍ଚ ଘନତ୍ବ ନେଟୱର୍କ (HDN)କୁ 130 କିଲୋମିଟର ପ୍ରତି ଘଣ୍ଟା ଅପଗ୍ରେଡ ମଧ୍ୟ ସାମିଲ ଅଛି ।

ସମସ୍ତ HDN ଓ ଅତ୍ୟଧିକ ଉପଯୋଗ କରାଯାଉଥିବା ନେଟୱର୍କ (HUN)ର ଦୋହରୀକରଣ ଓ ବିଦ୍ୟୁତକରଣ 2024 ମାର୍ଚ୍ଚ ସୁଦ୍ଧା କରାଯିବ । ଏତତଦାବ 20125 ମାର୍ଚ୍ଚ ସୁଦ୍ଧା ସମସ୍ତ HDN ମାର୍ଗକୁ ଘଣ୍ଚା ପ୍ରତି 160 କିଲୋମିଟର କ୍ଷମତା ପର୍ଯ୍ୟନ୍ତ ଅପଗ୍ରେଡ କରାଯିବ । ରେଳୱେ ବୋର୍ଡର ଚେୟାରମ୍ୟାନ ବିନୋଦ କୁମାର ଯାଦବ ଏ ନେଇ କହିଛନ୍ତି ।

ABOUT THE AUTHOR

...view details