ଓଡିଶା

odisha

ETV Bharat / business

କୋରୋନା ସାବଧନତା: ରେଳୱେ ବଦଳାଇଲା ଯାତ୍ରା ଭଡା ଫେରସ୍ତ ନିୟମ - ଟ୍ରେନ ବାତିଲ

ଦେଶରେ କରୋନା ଭାଇରସ ବିସ୍ତାର ବିପଦ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରେନରେ ଯାତାୟାତକୁ ଏଡାଇବା ପାଇଁ ରେଳୱେ ଶନିବାର ଏକ ପରାମର୍ଶ ଜାରି କରିଛି ।

railways extends duration of cancelled tickets refund
କୋରୋନା ସାବଧନତା: ରେଳୱେ ବଦଳାଇଲା ଯାତ୍ରା ଭଡା ଫେରସ୍ତ ନିୟମ

By

Published : Mar 21, 2020, 7:07 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ବିସ୍ତାର ବିପଦ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରେନରେ ଯାତାୟାତକୁ ଏଡାଇବା ପାଇଁ ରେଳୱେ ଶନିବାର ଏକ ପରାମର୍ଶ ଜାରି କରିଛି । ଏହା ଅନୁଯାୟୀ ମାର୍ଚ୍ଚ 21 ରୁ ଏପ୍ରିଲ 15 ମଧ୍ୟରେ ଯାତ୍ରା କରିବାକୁ ଟିକେଟ ବୁକ୍ କରିଥିବା ଯାତ୍ରୀଙ୍କ ପାଇଁ ଭଡା ଫେରସ୍ତ ନିୟମ କୋହଳ ହୋଇଛି ।

ଏଥିରେ କୁହାଯାଇଛି ଯେ, ଯଦି ରେଳୱେ ଦ୍ବାରା ମାର୍ଚ୍ଚ 21ରୁ ଏପ୍ରିଲ 15 ମଧ୍ୟରେ ଟ୍ରେନ ବାତିଲ ହୁଏ, ତେବେ ଯାତ୍ରା ତାରିଖର 45 ଦିନ ପୂର୍ବରୁ ଟିକେଟ୍ କାଉଣ୍ଟରରେ ଟିକେଟ ଦେଖାଇ ଭଡା ପ୍ରତ୍ୟାହାର କରାଯିବା ନିୟମ ଅଛି । ହେଲେ ବର୍ତ୍ତମାନ ଏହି ସମୟସୀମା ତିନି ଘଣ୍ଟା ରହିଛି |

ଟ୍ରେନ ବାତିଲ କିମ୍ବା ଯାତ୍ରୀଙ୍କ ଦ୍ବାରା ଯାତ୍ରା ବାତିଲ ନ ହେବା କ୍ଷେତ୍ରରେ ଯାତ୍ରା ତାରିଖର 30 ଦିନ ପୂର୍ବରୁ ଟିକେଟ୍ ଜମା ରସିଦ (TDR) ଦାଖଲ କରାଯାଇପାରିବ | ତେବେ ବର୍ତ୍ତମାନ ପରିସ୍ଥିତିରେ ଏହି ସମୟସୀମା ତିନି ଦିନ କରିଦିଆଯାଇଛି |

ଏଥିସହ କୁହାଯାଇଛି ଯେ, ଟିଡିଆର ହସ୍ତାନ୍ତରର 60 ଦିନ ମଧ୍ୟରେ ଭଡା ଫେରସ୍ତ ପାଇବା ପାଇଁ ମୁଖ୍ୟ ବାଣିଜ୍ୟ ଅଧିକାରୀଙ୍କୁ TDR ଦିଆଯାଇପାରିବ । ଟ୍ରେନର ଯାତ୍ରୀ ତାଲିକା ଦ୍ବାରା ନିଶ୍ଚିତ ହେଲେ ଭଡା ଫେରସ୍ତ କରାଯାଇପାରିବ |

ଆଉ ଯେଉଁ ଯାତ୍ରୀ 139 ଦ୍ବାରା ଯାତ୍ରା ବାତିଲ କରି ଭଡା ଫେରସ୍ତ ଚାହାନ୍ତି , ସେମାନେ ଯାତ୍ରାର କେଇ ଘଣ୍ଟା ପୂର୍ବରୁ ଟଙ୍କା ଫେରସ୍ତ ପାଇପାରିବେ ।

ABOUT THE AUTHOR

...view details