ନୂଆଦିଲ୍ଲୀ: ରେଳସେବାର ମିଶ୍ରଣ ଦ୍ବାରା ଅଧିକାରୀଙ୍କୁ କ୍ଷତି ପହଞ୍ଚିବ ନାହିଁ । କାରଣ ପଦବୀ କୌଣସି କ୍ୟାଡର ଆଧାରରେ ସ୍ଥିର ହେବ ନାହିଁ । ଗୁରୁବାର ଅଧିକାରୀଙ୍କ ସମସ୍ତ ଆଶଙ୍କାକୁ ଦୂର କରି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଏ ନେଇ ଟ୍ବିଟ କରିଛନ୍ତି ।
ରେଳ ସେବା ମିଶ୍ରଣ: ‘କ୍ୟାଡର ଆଧାରରେ ସ୍ଥିର ହେବନି ପଦବୀ’ - Railway Board
ରେଳସେବାର ମିଶ୍ରଣ ଦ୍ବାରା ଅଧିକାରୀଙ୍କୁ କ୍ଷତି ପହଞ୍ଚିବ ନାହିଁ । କାରଣ ପଦବୀ କୌଣସି କ୍ୟାଡର ଆଧାରରେ ସ୍ଥିର ହେବ ନାହିଁ । ଗୁରୁବାର ଅଧିକାରୀଙ୍କ ସମସ୍ତ ଆଶଙ୍କାକୁ ଦୂର କରି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଏନେଇ ଟ୍ବିଟ କରିଛନ୍ତି ।

ରେଳ ସେବା ମିଶ୍ରଣ
ଏକ ଭିଡିଓରେ ସେ କହିଛନ୍ତି ଯେ, ରେଳ ବୋର୍ଡରେ ସାମିଲ ହେବା ପାଇଁ ଅଧିକାରୀଙ୍କ ପାଖରେ ଯୋଗ୍ୟତା ଏବଂ ସୁପରିଅରଟି ଆଧାରରେ ସମାନ ଅବସର ରହିବ । ଏହି ପଦକୁ ଅଧିକାରୀଙ୍କ କ୍ୟାଡର ଅନୁସାରେ ନିର୍ଦ୍ଧାରଣ କରାଯିବ ନାହିଁ ।
ମନ୍ତ୍ରୀ କହିଛନ୍ତି ଯେ, ଆମ ପାଖରେ ବିକଳ୍ପ ଅସ୍ତ୍ର ରହିବ । ଆଉ ଏହା ସୁନିଶ୍ଚିତ କରିବ ଯେ, ସମସ୍ତ 8,400 ଅଧିକାରୀଙ୍କ ପଦନ୍ନୋତି ଓ ସୁପରିଅରଟି (seniority ) ସୁରକ୍ଷିତ ରହିବ ।