ଓଡିଶା

odisha

ETV Bharat / business

ଜାତୀୟ ଖୁଚୁରା ନୀତି କରିବାକୁ ସରକାରଙ୍କୁ RAIର ଅନୁରୋଧ - ଜାତୀୟ ଖୁଚୁରା ନୀତି

ଏମଏସଏମଇ ଅଧିନରେ ରିଟେଲରଙ୍କୁ ରେଜିଷ୍ଟର ପାଇଁ ସରକାରଙ୍କୁ ଅନୁରୋଧ କରି ରିଟେଲର୍ସ ସଙ୍ଗଠନ RAI । ଅଧିକ ପଢନ୍ତୁ...

ଜାତୀୟ ଖୁଚୁରା ନୀତି କରିବାକୁ ସରକାରଙ୍କୁ RAIର ଅନୁରୋଧ
ଜାତୀୟ ଖୁଚୁରା ନୀତି କରିବାକୁ ସରକାରଙ୍କୁ RAIର ଅନୁରୋଧ

By

Published : Jan 15, 2021, 4:40 PM IST

ନୂଆଦିଲ୍ଲୀ: ଦିନ କେଇଟା ପରେ ଆଗତ ହେବ 2021-22 ବର୍ଷର ସାଧାରଣ ବଜେଟ । ଏହାକୁ ଦୃଷ୍ଟିରେ ରଖି ରିଟେଲର୍ସ ସଙ୍ଗଠନ RAI (ରିଟେଲର ଆସୋସିଏସନ ଅଫ ଇଣ୍ଡିଆ) ଖୁଚୁରା ବ୍ୟବସାୟୀଙ୍କ ପାଇଁ ଶୁକ୍ରବାର ସରକାରଙ୍କୁ ଆଗ୍ରହ୍ୟ କରିଛି କି ।

ସଙ୍ଗଠନ କହିଛି କି, ଜାତୀୟ ଖୁଚୁରା ନୀତି ପ୍ରସ୍ତୁତ ଏବଂ ତାହାକୁ ଲାଗୁ କରିବା ତଥା ଖୁଚୁରା ବ୍ୟବସାୟୀଙ୍କୁ ବିଭିନ୍ନ ଲାଭ ପାଇବା ପାଇଁ ଏମଏସଏମଇ ଅଧୀନରେ ପଞ୍ଜିକରଣ କରିବାକୁ ଦିଆଯାଉ । କୋରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରଭାବିତ ଏହି ଇଣ୍ଡଷ୍ଟ୍ରିଜକୁ ସମର୍ଥନ କରାଯିବା ଆବଶ୍ୟକ ବୋଲି କୁହାଯାଇଛି ।

ମହାମାରୀ ଯୋଗୁଁ 854 ବିଲିୟନ ଡ଼ଲାରର ଭାରତୀୟ ଖୁଚୁରା ସେକ୍ଟର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହାର ପ୍ରଭାବ ସମସ୍ତ ହିତାଧିକାରୀଙ୍କ ଦ୍ବାରା ଉପଭୋକ୍ତା ମୂଲ୍ୟ ଶୃଙ୍ଖଳାକୁ ଅନୁଭବ କରାଯାଇଥିଲା । ପୁନରୁଦ୍ଧାର ପାଇଁ ଅଣପାରମ୍ପରିକ ସମାଧାନ ଏବଂ ସରକାରୀ ସହାୟତା ଆବଶ୍ୟକ ହେବ ବୋଲି ରିଟେଲର୍ସ ଆସୋସିଏସନ ଅଫ ଇଣ୍ଡିଆ (RAI) ଏକ ବିବୃତ୍ତିରେ କହିଛି ।

ଏଭଳି ସମୟରେ, ସ୍ଥାନୀୟ ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ପର୍ଯ୍ୟପ୍ତ ପ୍ରଚେଷ୍ଟା ଜରୁରୀ ଏବଂ ଖୁଚୁରା କାରବାରର ପୁନଃଉଦ୍ଧାର କରିବା ଦ୍ବାରା ଲକ୍ଷ ଲକ୍ଷ ଚାକିରୀ ବଞ୍ଚିପାରିବ । ଏଥିପାଇଁ ସମସ୍ତଙ୍କ ପ୍ରୟାସ ଆବଶ୍ୟକ । ବଜେଟ 2021-22 ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଥିରେ କୁହାଯାଇଛି ଯେ କଞ୍ଜମ୍ପସନ ଅର୍ଥନୀତିକୁ ଗତିଶୀଳ କରିବ । ଆଉ ଖୁଚୁରା ହେଉଛି କଞ୍ଜମ୍ପସନର ପ୍ରବେଶ ଦ୍ବାର ।

ଖୁଚୁରା ବ୍ୟବସାୟ ଦ୍ରୁତ ଗତିରେ ସୁଧୁରିଛି ଏବଂ ଏହି ଗତି ସ୍ଥିର ହେବା ଆବଶ୍ୟକ । ଆଗାମୀ ବଜେଟ ନିଶ୍ଚିତ ଭାବରେ ଅଭିବୃଦ୍ଧି ଭିତ୍ତିକ ନୀତି ଏବଂ ପଦକ୍ଷେପ ପାଇଁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି RAI ଜଣାଇଛି । ଫେବୃଆରୀ ପହିଲାରେ କେନ୍ଦ୍ର ବଜେଟ 2021-22 ଆଗତ କରାଯିବ ।

ବଜେଟ ଆଶା ନେଇ ଆରଏଆଇ ସିଇଓ କୁମାର ରାଜଗୋପାଳ କହିଛନ୍ତି କି ରିଟେଲ ଇଣ୍ଡଷ୍ଟ୍ରିଜ କୋରୋନା ଯୋଗୁଁ ପ୍ରାୟ ସଙ୍କୁଚିତ ହୋଇପଡିଛି । ତେବେ କଟକଣା କୋହଳ ହେବା ସହ ଏହା କ୍ରମାଗତ ଭାବେ କୋଭିଡ ପୂର୍ବ ସ୍ତରକୁ କମବ୍ୟାକ କରୁଛି । ଏଣୁ ଏଭଳି ସମୟରେ କେନ୍ଦ୍ରକୁ ଅନୁରୋଧ କରାଯାଉଛି କି, ‘‘ ରିଟେଲରଙ୍କୁ ଏମଏସଏମଇ ଅଧିନରେ ରେଜିଷ୍ଟ୍ରର ପାଇଁ ଅନୁମତି ଦିଆଯାଉ । ଯାହା ଫଳରେ ଏମଏସଏମଇ ଅନ୍ତର୍ଗତ ରହିଥିବା ସମସ୍ତ ସୁବିଧା ଓ ସୁଯୋଗ ରିଟେଲର ମାନେ ପାଇପାରିବେ ।

ABOUT THE AUTHOR

...view details