ହାଇଦ୍ରାବାଦ: ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀ । ଏଥିସହ ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ । ବିଶେଷ କରି 2019 ଶେଷ ସୁଦ୍ଧା ଆକାଶ ଛୁଆଁ ପିଆଜ ଦାମ ଅର୍ଥବ୍ୟବସ୍ଥାକୁ କରିଦେଇଛି । ଫଳରେ ମୁଦ୍ରାସ୍ପୀତି ହାର ଏବେ ଲଗାତାର ବଢିବାରେ ଲାଗିଛି । ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ମୁଦ୍ରାସ୍ପୀତି ଗଣିତକୁ ଗୋଳମାଳ କରିବ ଦରଦାମ ବୃଦ୍ଧି ! - inflation
ମୁଦ୍ରାସ୍ପୀତି ହାର ଏବେ ଲଗାତାର ବଢିବାରେ ଲାଗିଛି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ପନିପରିବା, ଔଷଧ, ଫୋନ ସେବା ଆଦିର ଖର୍ଚ୍ଚ ପ୍ରବଳ ମାତ୍ରାରେ ବଢୁଥିବା ଯୋଗୁଁ ଗତ ବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି 7 ପ୍ରତିଶତକୁ ଟପିଛି । ଉତ୍ପାଦନ ଓ ଯୋଗାଣ ଅଭାବରୁ ପିଆଜ କିଲୋ 200 ଟଙ୍କାରେ ପହଞ୍ଚିଥିଲା । ଯାହା ଦେଶରେ ହାହାକାର ମଚେଇଦେଇଥିଲା । ତେବେ ଏ ସବୁ ସମସ୍ୟାରୁ ଶିକ୍ଷା ନେଇ ଭବିଷ୍ୟତରେ ସାବଧାନ ଓ ଆଗୁଆ ସତର୍କ ରହିବା ପାଇଁ ଚେଷ୍ଟା କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି ।
ଫେବୃଆରୀ ଓ ମାର୍ଚ୍ଚ ମାସ ପାଇଁ ମୁଦ୍ରାନୀତି ଉପରେ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ସପ୍ତାହ ଓ ମାସରେ ପିଆଜ ଦାମ ସୁଧୁରିପାରେ । କାରଣ ଯୋଗାଣ ସ୍ଥିତି ସ୍ବାଭାବିକ ହେଉଛି । ତେବେ ଡାଲି, ଔଷଧ, ଫାର୍ମା,ସ୍ୟୁଟିକଲ୍ସ, ଦୂରସଞ୍ଚାର ଶୁଳ୍କ ଓ ଅନ୍ୟ ଖାଦ୍ୟ ପଦାର୍ଥ ଦାମ ବଢିବା ସମ୍ଭାବନା ରହିଛି । ସେପଟେ ଏଜିଆର ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶ ପାଇଁ ହୋଇଥିବ କ୍ଷତି ବାବଦକୁ ଟେଲିକମ ଅପରେଟର୍ସ ମଧ୍ୟ 42 ପ୍ରତିଶତ ଟାରିଫ ବଢାଇଛନ୍ତି । ଫଳରେ ମୋବାଇଲ ସେବା ମଧ୍ୟ ମହଙ୍ଗା ହୋଇଛି ।