ଓଡିଶା

odisha

ETV Bharat / business

କୋରୋନା କାଳରେ 4 ଗୁଣା ବଢିଲା ଏହି କେବୁଲ କମ୍ପାନୀ ପ୍ରଫିଟ - cable company

ଏପ୍ରିଲ-ଜନ ମଧ୍ୟରେ ସମଗ୍ର ବିଶ୍ବରେ କୋରୋନା ସଙ୍କଟ ଓ ଦେଶବ୍ୟାପି ଲକଡାଉନ ଜାରି ରହିଥିବା ବିଭିନ୍ନ ଶିଳ୍ପର କାରବାପର ଠପ ସହ ଆୟ ହ୍ରାସ ପାଇଛି । କିନ୍ତୁ ଏଭଳି ଏକ କେବୁଲ କମ୍ପାନୀ ରହିଛି ଯାହାର ଲାଭ 4 ଗୁଣା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

Den Networks Q1 results
Den Networks Q1 results

By

Published : Jul 21, 2020, 2:45 PM IST

ନୂଆଦିଲ୍ଲୀ: କୋରୋନା କାଳରେ ବି କେବୁଲ ଏବଂ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ DEN ନେଟୱର୍କର ପ୍ରଫିଟ 4 ଗୁଣା ବଢିଛି । 2020-21 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ(ଏପ୍ରିଲ-ଜୁନ)ରେ କମ୍ପାନୀର ନିଟ ଲାଭ 4 ଗୁଣା ବଢି 58.32 କୋଟି ଟଙ୍କା ହୋଇଛି । ମଙ୍ଗଳବାର କମ୍ପାନୀ ଏ ନେଇ ସୂଚନା ଦେଇଛି ।

କମ୍ପାନୀ ନିଜ ବିବୃତ୍ତିରେ କହିଛି କି, ଖର୍ଚ୍ଚ କମ ରହିଥିବାରୁ ଲାଭ ବୃଦ୍ଧି ହୋଇଛି । ଡେନ ନେଟୱର୍କ ଗତ ଆର୍ଥିକ ବର୍ଷ ଏହି ଅବଧିରେ 14.31 କୋଟି ଟଙ୍କା ନିଟ ଲାଭ କମେଇଥିଲା ।

କମ୍ପାନୀ ସେୟାର ବଜାରକୁ ଦେଇଥିବା ସୂଚନାରେ କହିଛି କି, ସମୀକ୍ଷାଧୀନ ତ୍ରୟମାସରେ ମୋଟ ଆୟ 364.46 କୋଟି ଟଙ୍କା ରହିଛି । ଯାହାକି 1 ବର୍ଷ ପୂର୍ବରୁ ସମାନ ଅବଧିରେ 364.39 କୋଟି ଟଙ୍କା ଥିଲା ।

ଏହି ସମୟସୀମା ମଧ୍ୟରେ କମ୍ପାନୀର ମୋଟ ବ୍ୟୟ 12.77 ପ୍ରତିଶତ ହ୍ରାସ ହୋଇ 302.95 କୋଟି ଟଙ୍କା ରହିଛି ।

ABOUT THE AUTHOR

...view details