ନୂଆଦିଲ୍ଲୀ: ଆସନ୍ତା କେଇମାସ ମଧ୍ୟରେ ଯେମିତି ହେଲେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାରଇଣ୍ଡିଆର ହେବ ଘରୋଇକରଣ। ଅର୍ଥାତ ଏୟାର ଇଣ୍ଡିଆ ବିକ୍ରି ହେବା ସୁନିଶ୍ଚିତ। ଏଥିପାଇଁ ଶୀଘ୍ର ରୁଚିପତ୍ର ଜାରି କରାଯିବ। ମଙ୍ଗଳବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏକ ସମ୍ବାଦିକ ସମ୍ମିଳନୀରେ ଏନେଇ ସ୍ପଷ୍ଟ କରିଛନ୍ତି।
ଆର୍ଥିକ ସଙ୍କଟ ଭିତରେ ଏୟାର ଇଣ୍ଡିଆ। ଦୈନିକ 20ରୁ 26 କୋଟି ଟଙ୍କା କ୍ଷତି ସହୁଛି। ଏପରି ସ୍ଥିତି ଉପରେ ପ୍ରତିକ୍ରିୟା ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଏୟାର ଇଣ୍ଡିଆ ପ୍ରଥମ ଶ୍ରେଣୀର ଏୟାରଲାଇନ। ଘରୋଇକରଣକୁ ନେଇ କିଛି ନିର୍ଦ୍ଧିଷ୍ଟ ନିଷ୍ପତ୍ତି ସମୟ ନିର୍ଦ୍ଧାରଣ ହୋଇନାହିଁ। ତୁରନ୍ତ ଏଥିରେ ନିବେଶ ପାଇଁ ଉଦ୍ୟମ କରାଯାଉଛି।