ଓଡିଶା

odisha

ETV Bharat / business

ମହଙ୍ଗା ହୋଇପାରେ ଘରୋଇ ଟ୍ରେନରେ ଯାତ୍ରା - ଭାରତୀୟ ରେଳବାଇ

ଘରୋଇ ଟ୍ରେନ ଚଳାଚଳ ନେଇ ସରକାର ଅଣ୍ଟା ଭିଡିଲା ବେଳେ ରାଜସ୍ବ ବୃଦ୍ଧି ଉପରେ ଫୋକସ ଦେଇଛନ୍ତି । ଏଥିପାଇଁ ଘରୋଇ ୟନିଟଙ୍କୁ ସେମାନଙ୍କ ମୋଟ ରାଜସ୍ବର ଏକ ଅଂଶ ରେଳବାଇକୁ ଦେବାକୁ ନେଇ ବିଚାର ଚାଲିଛି । ଏଥିସହ ଯାତ୍ରୀଙ୍କୁ ମଧ୍ୟ ସେମାନଙ୍କ ସୁବିଧା ଅନୁଯାୟୀ ସେବା ପାଇଁ ଉକ୍ତ ଟ୍ରେନକୁ ଅଧିକା ଗଣିବାକୁ ପଡିପାରେ । ଅଧିକ ପଢନ୍ତୁ..

Private train operators to share gross revenue with railways
Private train operators to share gross revenue with railways

By

Published : Jul 7, 2020, 3:16 PM IST

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର 151 ଟି ଘରୋଇ ଟ୍ରେନ ଚାଲିବ । ତେବେ ଏଥିରେ ବିମାନ ଭଳି ଯାତ୍ରୀଙ୍କୁ ସେମାନଙ୍କ ପସନ୍ଦର ସିଟ ଓ ଯାତ୍ରା ସମୟରେ ସ୍ବତନ୍ତ୍ର ସେବା ମିଳିବ ! ହେଲେ ଏଥିପାଇଁ ସେମାନଙ୍କୁ ଅଧିକା ଖର୍ଚ୍ଚ କରିବାକୁ ପଡିପାରେ । ଏହା ମୋଟ ରାଜସ୍ବର ଏକ ଅଂଶ ହେବ । ଏ ନେଇ ଉକ୍ତ ଘରୋଇ ୟୁନିଟକୁ ରେଳବାଇ ସହ ବୁଝାମଣା କରିବାକୁ ହେବ । ଏ ସମ୍ପର୍କରେ ରେଲୱେ ଡକ୍ୟୁମେଣ୍ଟରେ ସୂଚନା ମିଳିଛି ।

ନିକଟରେ ଭାରତୀୟ ରେଳବାଇ ଏକ ଅନୁରୋଧ ପ୍ରସ୍ତାବ (ଆରଏଫକ୍ୟୁ) ଜାରି କରି ଘରୋଇ ୟୁନିଟକୁ ଟ୍ରେନ ଚଲାଇବା ପାଇଁ ଆମନ୍ତ୍ରିତ କରିଛି । ତେବେ ବିଶେଷ ସୁବିଧା ନେଇ ଯାତ୍ରୀଙ୍କ ଠାରୁ କେତେ ପରିମାଣରେ ରାଶି ନିଆଯିବ ତାହା ଘରୋଇ ୟୁନିଟ ନିର୍ଣ୍ଣୟ ନେବେ ବୋଲି ରେଲୱେ ଅଧିକାରୀ କହିଛନ୍ତି ।

ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ, ନିଜ ଆର୍ଥିକ କ୍ଷମତା ଅନୁଯାୟୀ ବିଡରମାନଙ୍କୁ ଏହି ପ୍ରକଳ୍ପ ନେବା ପାଇଁ ଅନୁରୋଧ ପ୍ରସ୍ତାବରେ ମୋଟ ରାଜସ୍ୱରେ ଏକ ଅଂଶ ଦେବାକୁ ପଡିବ।

ଅନୁରୋଧ ପ୍ରସ୍ତାବ ଅନୁଯାୟୀ, ରେଳବାଇ ଯାତ୍ରୀମାନଙ୍କ ଠାରୁ ଭଡା ଆଦାୟ ପାଇଁ ଘରୋଇ ୟୁନିଟ ମାନଙ୍କୁ ସ୍ୱାଧୀନତା ଦେବ। ଏଥିସହ ସେମାନେ ରାଜସ୍ୱ ବୃଦ୍ଧି ପାଇଁ ନୂତନ ବିକଳ୍ପଗୁଡିକ ଅନୁସନ୍ଧାନ କରିପାରିବେ ।

ଆରଏଫକ୍ୟୁରେ କୁହାଯାଇଛି କି, ମୋଟ ରାଜସ୍ୱର ପରିଭାଷା ଏବି ବିଚାରଧୀନ ରହିଛି । ତେବେ ଏଥିରେ ଯାତ୍ରୀଙ୍କୁ ସେବା ବଦଳରେ ସଂପୃକ୍ତ କମ୍ପାନୀ କିମ୍ବା କୌଣସି ତୃତୀୟ ପକ୍ଷଙ୍କ ଦ୍ବାରା ପ୍ରାପ୍ତ ରାଶି ଏହା ଅଧୀନରେ ଆସିବ । ଏହା ବ୍ୟତିତ ଟିକେଟ ଭଡା, ପସନ୍ଦର ସିଟ, ବ୍ୟାଗେଜ୍ / ପାର୍ସଲ୍ / କାର୍ଗୋ ପାଇଁ ଦେୟ (ଯଦି ଟିକେଟ ଭଡାରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ) ଆଦି ସାମିଲ କରା କରାଯାଇପାରେ ।

ପ୍ରକାଶ ଯେ, ପ୍ରଥମ ଥର ପାଇଁ ରେଳବାଇ ଦେଶର 109 ରୁଟରେ 151 ଟି ଆଧୁନିକ ଯାତ୍ରୀବାହୀ ଟ୍ରେନ ଚଳାଇବା ପାଇଁ ଘରୋଇ କମ୍ପାନୀଗୁଡିକଠାରୁ ପ୍ରସ୍ତାବ ଆମନ୍ତ୍ରଣ କରିଛି । ଏହି ପ୍ରକଳ୍ପରେ ଘରୋଇ କ୍ଷେତ୍ରରୁ ପ୍ରାୟ 30,000 କୋଟି ଟଙ୍କା ବିନିଯୋଗ ହେବ ବୋଲି ଆକଳନ କରାଯାଇଛି।

ABOUT THE AUTHOR

...view details