ନୂଆଦିଲ୍ଲୀ: 2020ରେ ବେକାରୀ ପାଇବେ ଚାକିରୀ । କାରଣ ଚଳିତ ବର୍ଷ 7 ଲକ୍ଷ ନିଯୁକ୍ତି ସୃ୍ଷ୍ଟି କରିବ ଘରୋଇ ସଂସ୍ଥା। ନୂଆ ବର୍ଷ ପ୍ରାରମ୍ଭରେ ପ୍ରକାଶିତ ଏକ ସର୍ବେକ୍ଷଣ ରିପୋର୍ଟରୁ ଏ ସମ୍ପର୍କରେ ଜଣାପଡିଛି।
2020ରେ ଘରୋଇ ସଂସ୍ଥା ଆଣିବ 7 ଲକ୍ଷ ନିଯୁକ୍ତି
ବଢ଼ୁଛି ବେକାରୀ ସମସ୍ୟା। ନିଯୁକ୍ତି ନଥିବାରୁ ବସିରହୁଛନ୍ତି ଲକ୍ଷାଧିକ ଯୁବପିଢି। ନୂଆ ବର୍ଷ ଚାକିରୀ ଆଶାୟୀଙ୍କ ପାଇଁ ଆଶା ସୃଷ୍ଟି କରିଛି। ଘରୋଇ ସଂସ୍ଥାରେ 7 ଲକ୍ଷ ନିଯୁକ୍ତି ସୁଯୋଗ ଥିବା ନେଇ ଏକ ସର୍ବେକ୍ଷଣରୁ ଜଣାପଡିଛି।
2020ରେ ଘରୋଇ ସଂସ୍ଥା ଆଣିବ 7 ଲକ୍ଷ ନିଯୁକ୍ତି
ସର୍ବେକ୍ଷଣ ମୁତାବକ, କେବଳ ନୂଆ ନିଯୁକ୍ତି ନୁହେଁ ବରଂ ବର୍ତ୍ତମାନ ବିଭିନ୍ନ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ନୂଆ ବର୍ଷ ଲାଭବାନ ରହିବ। ସେମାନଙ୍କ ଦରମା ପାଖାପାଖି 8 ପ୍ରତିଶତ ବଢିପାରେ।
ମାଇହାଏରିଙ୍ଗକ୍ଲବ ଡଟ କମ ଏବଂ ସରକାରୀ ନୌକରୀ ଇନଫୋ ସିଇଓ ରାଜେଶ କୁମାର କହିଛନ୍ତି ଯେ, 2020 ନୂଆ କ୍ୟାଲେଣ୍ଡରରେ 7 ଲକ୍ଷ ନିଯୁକ୍ତି ନେଇ ଆଶା ରହିଛି। ଏଥିରେ ଷ୍ଟାର୍ଟଅପ ସଂସ୍ଥାର ଅଂଶ ଅଧିକ ରହିବ। ଏହି କ୍ଷେତ୍ରରେ ବହୁତ ନୂଆ ସୁଯୋଗ ସୃଷ୍ଟି ହେବ। ଦେଶର 42ଟି ପ୍ରମୁଖ ସହରର 12 ଶିଳ୍ପସଂସ୍ଥାର 4278 କମ୍ପାନୀକୁ ନେଇ ଏହି ସର୍ଭେ କରାଯାଇଛି।