ଓଡିଶା

odisha

ETV Bharat / business

ଅଧାରୁ ଅଧିକ କମିଲା ଅକ୍ସିଜେନ ସାନ୍ଦ୍ରତା ଦାମ: ସରକାର

ଅମ୍ଳଜାନ ସାନ୍ଦ୍ରକର ଦାମ ଅଧାରୁ ଅଧିକ ହ୍ରାସ ହୋଇଛି । ଶୁକ୍ରବାର ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ଏନେଇ କହିଛି । ଅଧିକ ପଢନ୍ତୁ..

ଅଧାରୁ ଅଧିକ କମିଲା ଅକ୍ସିଜେନ ସାନ୍ଦ୍ରତା ଦାମ
ଅଧାରୁ ଅଧିକ କମିଲା ଅକ୍ସିଜେନ ସାନ୍ଦ୍ରତା ଦାମ

By

Published : Jun 12, 2021, 8:56 PM IST

ନୂଆଦିଲ୍ଲୀ: ଟ୍ରେଡ ମାର୍ଜିନକୁ ସୀମିତ ରଖିବା ପାଇଁ ସରକାରଙ୍କ ନିଷ୍ପତ୍ତି ସ୍ବରୁପ ଅମ୍ଳଜାନ ସାନ୍ଦ୍ରକର ଦାମ ଅଧାରୁ ଅଧିକ ହ୍ରାସ ହୋଇଛି । ଶୁକ୍ରବାର ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ଏ ନେଇ କହିଛି ।

ଜୁନ 3 ରେ ଜାତୀୟ ଫର୍ମାସ୍ୟୁଟିକାଲ ପ୍ରାଇସିଂ କର୍ତ୍ତୃପକ୍ଷ (ଏନପିପିଏ) ଅମ୍ଳଜାନ ସାନ୍ଦ୍ରକର ଟ୍ରେଡ ମାର୍ଜିନ ଆବଣ୍ଟନ ସ୍ତରରେ ଶତକଡା ୭୦ଭାଗ ହ୍ରାସ କରିଥିଲେ । ଏହା ଅନୁସାରେ ୧୦୪ ଜଣ ଅମ୍ଳଜାନ ସାନ୍ଦ୍ରକ ପ୍ରସ୍ତୁତକାରୀ/ ଆମଦାନୀକାରୀ ୨୫୨ଟି ସାମଗ୍ରୀର ସଂଶୋଧିତ ଏମଆରପି ତାଲିକା ଦାଖଲ କରିଛନ୍ତି । ଏନପିପିଏ ହେଉି ଆବଶ୍ୟକ ଔଷଧ ଓ ଅନ୍ୟ ଚିକିତ୍ସା ଉପକରଣର ଦାମକୁ ନିୟନ୍ତ୍ରଣ କରିଥାଏ ।

ସରକାର କହିଛନ୍ତି କି 70 ଉତ୍ପାଦ ଓ ବ୍ରାଣ୍ଡ ଦାମରେ 54 ପ୍ରତିଶତ ଯାଏଁ ହ୍ରାସ ରେକର୍ଡ ହୋଇଥି । ଯାହା ଏମଆରପିରେ ପ୍ରତି ୟୁନିଟ ପ୍ରତି 54,337 ଟଙ୍କା ଯାଏଁ ହ୍ରାସକୁ ଦର୍ଶାଉଛି । ମନ୍ତ୍ରାଳୟ ଅନୁସାରେ ଏହି 70 ଉତ୍ପାଦ ଓ ବ୍ରାଣ୍ଡ ବ୍ୟତିତ 58 ଅନ୍ୟ ବ୍ରାଣ୍ଡ ଦାମରେ 25 ପ୍ରତିଶତ ଯାଏଁ ହ୍ରାସ ହୋଇଥିଲା ବେଳେ 11 ବ୍ରାଣ୍ଡ 26 ରୁ 50 ପ୍ରତିଶତ ମଧ୍ୟରେ ଦାମ ହ୍ରାସ ନେଇ ସୂଚନା ଦେଇଛନ୍ତି ।

ସରକାର କହିଛନ୍ତି କି, ଘରୋଇ ନିର୍ମାତାଙ୍କ ଦ୍ବାରା କୁହାଯାଇଥିବା 252 ଉତ୍ପାଦ ଓ ବ୍ରାଣ୍ଡ ମଧ୍ୟରୁ 18 ଟିର ଦାମରେ କୌଣସି ହ୍ରାସ ଦେଖିବାକୁ ମିଳିନି ।

ଏ ବର୍ଷ ଏପ୍ରିଲ- ମେ ମାସ ଭିତରେ ଦେଶର ଦେଖାଦେଇଥିବା କୋଭିଡର ଦ୍ବିତୀୟ ଲହର ସମୟରେ ଅକ୍ସିଜେନ ସାନ୍ଦ୍ରତା ଓ ଅକ୍ସିଜେନ ସିଲିଣ୍ଡର ସହିତ ଜୀବନ ରକ୍ଷକ ଉପକରଣ ଦାମରେ ରେକର୍ଡ ବୃଦ୍ଧି ହୋଇଥିଲା । ଚୀନରୁ ଆମଦାନୀ ହେଉଥିବା 5 ଲିଟରର ପୋର୍ଟେବଲ ଅକ୍ସିଜେନ ସାନ୍ଦ୍ରତା , ଗତ ବର୍ଷ ଇ-କମର୍ସ ପ୍ଲାର୍ଟଫର୍ମରେ 40000 ଟଙ୍କାରୁ 50 ହଜାର ଟଙ୍କାରେ ଉପଲବ୍ଧ ଥିଲା । ଏବେ ଅକ୍ସିଜେନ ଯୋଗାଣ ବଢାଇବା ପାଇଁ କଳାବଜାରୀ ମଧ୍ୟରେ ଏହା 1 ଲକ୍ଷ ଟଙ୍କାରୁ 1.25 ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା ।

ଘରେ କୋରୋନା ରୋଗୀଙ୍କ ଯତ୍ନ ନେଉଥିବା ବହୁ ସଂଖ୍ୟକ ବ୍ୟକ୍ତି ଅମ୍ଳଜାନ ସାନ୍ଦ୍ରତା କିଣିବାକୁ ହତାଶ ହୋଇଥିଲେ । କାରଣ ମେଡିକାଲ ଅମ୍ଳଜାନର ଅଭାବ ହେତୁ ଅକ୍ସିଜେନ ସିଲିଣ୍ଡର ରିଫିଲ୍ ସୁନିଶ୍ଚିତ କରିବା ଥିଲା ବହୁ ରାଜ୍ୟରେ ହଜାର ହଜାର ଲୋକଙ୍କ ପାଇଁ ବଡ ସ୍ବପ୍ନ ।

ମନ୍ତ୍ରାଳୟ ଅନୁସାରେ 30 ପ୍ରତିଶତରୁ ଅଧିକ ବ୍ରାଣ୍ଡ ଓ ଉତ୍ପାଦର ସର୍ବାଧିକ ଖୁଚୁରା ଦାମରେ ହ୍ରାସ ଦେଖାଦେଇଛି । ମିନିଟ ପ୍ରତି 5 ଲିଟର ଅକ୍ସିଜେନ ଯୋଗାଣ କ୍ଷମତା ଥିବା ପୋର୍ଟେବଲ ଅକ୍ସିଜେନ ସାନ୍ଦ୍ରତା କ୍ଷେତ୍ରରେ 80 ବ୍ରାଣ୍ଡ ଓ ଉତ୍ପାଦ ମଧ୍ୟରୁ 19 ଟିରେ ସର୍ବାଧିକ ହ୍ରାସ ଦେଖାଦେଇଛି ।

ସେହିପରି, ମିନିଟ୍ ପ୍ରତି 10 ଲିଟର ଯୋଗାଣ କ୍ଷମତା ବିଶିଷ୍ଟ ପୋର୍ଟେବଲ୍ ଅମ୍ଳଜାନ ସାନ୍ଦ୍ରତା କ୍ଷେତ୍ରରେ, 32 ଟି ଉତ୍ପାଦ ଏବଂ ବ୍ରାଣ୍ଡ ମଧ୍ୟରୁ 7 ଟିରେ ସର୍ବାଧିକ ହ୍ରାସ ପରିଲକ୍ଷିତ ହୋଇଛି । ମିନିଟ୍ ପିଛା 5 ଲିଟର କ୍ଷମତା ବିଶିଷ୍ଟ ସ୍ଥିର ଅମ୍ଳଜାନ ସାନ୍ଦ୍ରତା କ୍ଷେତ୍ରରେ, 46 ଟି ବ୍ରାଣ୍ଡ ଏବଂ ଉତ୍ପାଦ ମଧ୍ୟରୁ 10ଟିରେ ସର୍ବାଧିକ ହ୍ରାସ ପରିଲକ୍ଷିତ ହୋଇଛି ।

ABOUT THE AUTHOR

...view details