ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟର ଶିଳ୍ପ ପ୍ରସାର ଓ ଅଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଦ୍ୱାରା ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଉଛି । ୨୦୧୮ରେ କାଠମାଣ୍ଡୁ ବିମସ୍ଟେକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏହି ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଉଛି । ବିମସ୍ଟେକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ,
ସଂଗଠନର ସଦସ୍ୟ ଦେଶଙ୍କ ମଧ୍ୟରେ ବିଭିନ୍ନ ସ୍ତରରେ ବିମସ୍ଟେକ ନେଟୱର୍କ ଅଫ ପଲିସି ଥିଙ୍କଟ୍ୟାଙ୍କ୍ ସହ ସମନ୍ୱୟ ରଖି ଗଭୀର ବୁଝାମଣା ଓ ଆସ୍ଥା ସ୍ଥାପନ ସହ ଲୋକଙ୍କ ମଧ୍ୟରେ ସଂପର୍କ ବୃଦ୍ଧି କରିବା
. ସାଂସଦ, ବିଶ୍ୱବିଦ୍ୟାଳୟ, ଏକାଡେମିଆ, ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ସାଂସ୍କୃତିକ ସଂଗଠନ ଓ ମିଡିଆ କମ୍ୟୁନିଟି ପାଇଁ ଉପଯୁକ୍ତ ଫୋରମ ପ୍ରତିଷ୍ଠା କରିବାର ସମ୍ଭାବନା ଅନ୍ୱେଷଣ ପାଇଁ ରାଜି ହେବା । ପିପୁଲ ଟୁ ପିପୁଲ କଂଟାକ୍ଟ ପରିସର ବୃଦ୍ଧି ଏହାର ଲକ୍ଷ୍ୟ ।
ରୋଜଗାର ଓ ସମ୍ବଳ ସୃଷ୍ଟି କରିବା ପାଇଁ ଭାରତ ସରକାର ଆରମ୍ଭ କରିଥିଲେ ଷ୍ଟାର୍ଟଅପ୍ ଇଣ୍ଡିଆ ସ୍କିମ୍ । ଅଭିନବ ଉପାୟରେ ଉତ୍ପାଦ ଓ ଓ ସେବାର ବିକାଶ ସହ ଭାରତରେ ନିଯୁକ୍ତି ହାର ବୃଦ୍ଧି କରିବା ହେଉଛି ଷ୍ଟାର୍ଟଅପ ଇଣ୍ଡିଆର ଲକ୍ଷ୍ୟ । ୨୦୧୬ରେ ଷ୍ଟାର୍ଟଅଫ ଇଣ୍ଡିଆ ସ୍କିମ ଅନ୍ତର୍ଗତ ଏକାଧିକ ପଦକ୍ଷେପ ନିଆଯାଇଥିଲା । କାର୍ଯ୍ୟ ସରଳୀକରଣ, ଆର୍ଥିକ ସହାୟତା ଓ ସରକାରୀ ଟେଣ୍ଡର ଓ ନେଟୱାର୍କିଂ ସୁଯୋଗ ଏହି ସ୍କିମ୍ ଅନୁସାରେ ସୃଷ୍ଟି କରାଗଲା । ବାଂଲାଦେଶ, ଭାରତ, ନେପାଳ, ମିଆମାର, ଭୁଟାନ, ଥାଇଲାଣ୍ଡ ଓ ଶ୍ରୀଲଙ୍କାକୁ ନେଇ ଗଠିତ ବୀମଷ୍ଟେକ ଏସିଆ-ପାସିଫିକ ଅଂଚଳରେ ଏକ ମହତ୍ୱପୂର୍ଣ୍ଣ ବାଣିଜ୍ୟ ସ୍ଥଳୀ ଭାବେ ମୁଣ୍ଡ ଟେକିବାରେ ଲାଗିଛି । ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର ମିଳନ ସ୍ଥଳ ହୋଇଛି ବୀମଷ୍ଟେକ । ଏହାଛଡା ଆସିଆନ ସଂଗଠନର ଦୁଇ ସଦସ୍ୟ-ଥାଇଲାଣ୍ଡ ଓ ମିଆମାର ମଧ୍ୟ ବୀମଷ୍ଟେକରେ ସାମିଲ ହୋଇଥିବାରୁ ଏହାର ଗୁୁରୁତ୍ୱ ବଢିଛି । ସଦସ୍ୟ ଦେଶଗୁଡିକ ମଧ୍ୟରେ ଦୃଢ ଆର୍ଥିକ ସହ ଯୋଗ ଉପରେ ଗୁୁରୁତ୍ୱାରୋପ କରେ ବୀମଷ୍ଟେକ । ଏସିଆ ମହାଦେଶର ଅନ୍ୟ ସଂଗଠନରୁ ଆଭିମୁଖ୍ୟଠାରୁ ବୀମଷ୍ଟେକର ଆଭିମୁଖ୍ୟ ସ୍ୱତନ୍ତ୍ର । କାରଣ ଏହି ସଂଗଠନ ‘ମଲଟି-ସେକଟରାଲ’ ଆଭିମୁଖ୍ୟ ଆପଣାଇଛି । ଭାରତର ବୈଦେଶିକ ନୀତିର ଲକ୍ଷ୍ୟ ପୂରଣ ପାଇଁ ବିମସ୍ଟେକ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ସାବ୍ୟସ୍ତ ହୋଇପାରିଛି । ଭାରତର ‘ପ୍ରଥମେ ପଡୋଶୀ’ ଓ ‘ପୂର୍ବ ଏସିଆ ନୀତି’ ର ସଫଳତା ପାଇଁ ବୀମଷ୍ଟେକ ଏକ ଉପଯୁକ୍ତ ମଂଚ ସାବ୍ୟସ୍ତ ହୋଇପାରେ । ଦକ୍ଷିଣ ଓ ଦକ୍ଷିଣ -ପୂୂର୍ବ ଏସିଆରେ ଚୀନ ପୁଂଜିନିବେଶର ମୁକାବିଲା ପାଇଁ ଭାରତର ଉଦ୍ୟମ ବିମସ୍ଟେକ ଜରିଆରେ ସଫଳ ହୋଇପାରିବ । ଆନ୍ତର୍ଜାତିକ ନୀତିନିୟମ ପାଳନ ପୂର୍ବକ କିଭଳି ଯୋଗାଯୋଗ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ, ତାହା ବି ଭାରତ ଏହି ସଂଗଠନ ଜରିଆରେ ପ୍ରତିପାଦିତ କରିପାରିବ । ବର୍ତମାନ ‘ସାର୍କ’ ( ସାଉଥ ଏସିଆନ ଆସୋସିଏସନ ଫର୍ ରିଜିଓନାଲ କୋଅପରେସନ )ଗୁରୁତ୍ୱ ହରାଇଥିବାରୁ ବୀମଷ୍ଟେକ ଭଲ ବିକଳ୍ପ ଭାବେ ଉଭା ହୋଇଛି ।
‘ପ୍ରାରମ୍ଭ’ ଆନ୍ତର୍ଜାତିକ ସମ୍ମିଳନୀ ବିମସ୍ଟେକ ସଦସ୍ୟ ଦେଶଙ୍କ ମଧ୍ୟରେ ଅର୍ଥନୈତିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧିର ସମ୍ଭାବନା ଅନ୍ୱେଷଣ ପାଇଁ ଏକ ଉଚିତ ପଦକ୍ଷେପ ହେବ । ବିଶେଷ କରି ଯୁବ ଷ୍ଟାର୍ଟଅପ୍ ଆଶାୟୀଙ୍କୁ ଏହା ଉଚିତ ମାର୍ଗ ଦେଖାଇପାରିବ । ଭାରତର ଜନସଂଖ୍ୟାର ୬୨ ଦଶମିକ ୫ ପ୍ରତିଶତ ୧୫ରୁ ୧୯ ବର୍ଷ ବୟସ ବର୍ଗରେ ଆସନ୍ତି । ଆଉ ୨୦୩୬ ସୁଦ୍ଧା ଭାରତର ଏହି ଯୁବ ବର୍ଗଙ୍କ ସଂଖ୍ୟା ୬୫ ପ୍ରତିଶତକୁ ବୃଦ୍ଧି ପାଇବ । ଏସବୁ ଜନସଂଖ୍ୟା ପାରାମିଟର ଭାରତରେ ‘ଡେମୋଗ୍ରାଫିକ ଡିଭିଡେଂଡ’ ଉପଲବ୍ଧତା ସଂପର୍କରେ ସଂକେତ ଦେଉଛି । ଏହା ୨୦୫୫-୫୬ ଯାଏଁ ବଜାୟ ରହିବ । ୨୦୧୮-୧୯ର ଅର୍ଥନୈତିକ ସର୍ଭେ ଅନୁସାରେ ଭାରକର ଡେମୋଗ୍ରାଉି ଡିଭିଡେଂଟ୍ ୨୦୪୧ ବେଳକୁ ଶୀର୍ଷ ଆଡକୁ ଯିବ । ସେତେବେଳେ ୨୦ରୁ ୫୯ ବର୍ଷ ବୟସ୍କଙ୍କ ସାମଗ୍ରିକ ସଂଖ୍ୟା ୫୯ ପ୍ରତିଶତକୁ ବୃଦ୍ଧି ପାଇବ । ଅର୍ଥାତ୍ ବୟସ୍କମାନଙ୍କ ବିଶ୍ୱରେ ଭାରତ ଅପେକ୍ଷାକୃତ ଯୁବ ଦେଶ ଭାବେ ପରିଚିତ ହେବ । ଭାରତର ପୂର୍ବ ଓ ଉତ୍ତରପୂର୍ବ , ବାଂଲାଦେଶ ଓ ମିଆମାରରେ ଶସ୍ତା ମାନବ ପୁଂଜି ଉପଲବ୍ଧ ଥିବା ବେଳେ ପଶ୍ଚିମ ଭାରତ, ଥାଇଲାଣ୍ଡ ଓ ଶ୍ରୀଲଙ୍କାରେ ବୃହତ ଉତ୍ପାଦ ବଜାର ରହିଛି । କମ୍ ଶ୍ରମ ମୂଲ୍ୟ ବି ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଫାଇଦା । ବାଂଲାଦେଶର ଅର୍ଥନୀତି ପାଇଁ ଏହା ମୂଲ୍ୟବାନ ସାବ୍ୟସ୍ତ ହୋଇଛି ।