ଓଡିଶା

odisha

ETV Bharat / business

5ରେ ମୋଦିଙ୍କ ‘ବ୍ଲାକଆଉଟ’ ଆହ୍ବାନ, ହାଇ ଆଲର୍ଟରେ ପାୱରଗ୍ରୀଡ

ଦେଶବ୍ୟାପି ଅଚାନକ ଲାଇଟ କାଟ ଦ୍ବାରା ଯେପରି ଗ୍ରୀଡ ଉପରେ କୌଣସି ସଙ୍କଟ ନ ଆସିବ ସେଥିପାଇଁ ସତର୍କ ବିଦ୍ୟୁତ ବିଭାଗ । ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢ଼ନ୍ତୁ...

By

Published : Apr 4, 2020, 10:23 PM IST

powergrid on high alert for modis call for blackout of april 5
5ରେ ମୋଦିଙ୍କ ‘ବ୍ଲାକଆଉଟ’ଆହ୍ବାନ, ହାଇ ଆଲର୍ଟରେ ପାୱରଗ୍ରୀଡ

ନୂଆଦିଲ୍ଲୀ: ରବିବାର ରାତି 9ଟାରେ ଘରେ ବିଦ୍ୟୁତ ବନ୍ଦ କରିବାକୁ ପିଏମଙ୍କ ଆହ୍ବାନ ପରେ ହାଇଆଲର୍ଟରେ ପାୱର ଗ୍ରୀଡ । ସମଗ୍ର ଦେଶରେ ଲୋଡ ଡିସ୍ପେଚ (ଲୋଡ ପଠାଇବା କେନ୍ଦ୍ର)କୁ ଉଚ୍ଚ ସ୍ତରୀୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଅଚାନକ ବିଦ୍ୟୁତ ବ୍ୟବହାର ହ୍ରାସ ପରେ ପାୱର ଗ୍ରୀଡକୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ।

ସ୍ବତନ୍ତ୍ର ବିଦ୍ୟୁତ ଉତ୍ପାଦକ, କେନ୍ଦ୍ରୀୟ ଓ ରାଜ୍ୟ ବିଦ୍ୟୁତ ଟ୍ରାନ୍ସମିଶନ ଓ ଡିଷ୍ଟ୍ରିବ୍ୟୁଶନ ୟୁନିଲିଭରକୁ ଲେଖାଯାଇଥିବା ପତ୍ରରେ ବ୍ଲାକଆଉଟ ସମୟ ପୂର୍ବରୁ ଓ ପରେ ଗ୍ରୀଡର ସଞ୍ଚାରଳ ସୁନିଶ୍ଚିତ ପାଇଁ ସତର୍କ ରହିବାକୁ କୁହାଯାଇଛି । ଏଥିପାଇଁ ଉଚ୍ଚସ୍ତରୀୟ ଧ୍ୟାନ ଦେବାକୁ କୁହା ଯାଇଛି । ସେହିପରି ଏହି ୟୁଟିଲିଟିଜକୁ ରିଲେ, କ୍ୟାପାସିଟର ଓ ରିଏକ୍ଟର ଗୁଡିକୁ ସେବା ପାଇଁ ପ୍ରସ୍ତୁତ ରଖିବାକୁ ମଧ୍ୟ କୁହାଯାଇଛି । ଯେପରି କୌଣସି ଅଘଟଣ ଘଟିଲେ ଏହାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇପାରିବ ।

ପ୍ରକାଶ ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି ଯେ, ରବିବାର ରାତି 9ଟାରେ 9 ମିନିଟ ପାଇଁ ନିଜ ଘରର ଲାଇଟ ବନ୍ଦ ରଖନ୍ତୁ । ଏହି ସମୟରେ ଦୀପ ଓ ମହମବତି, ଟର୍ଟ୍ଟ ଜଳାଇବାକୁ କହିଛନ୍ତି ।

ABOUT THE AUTHOR

...view details