ଭୁବନେଶ୍ବର: ବାତ୍ୟା ଫନି ଚାଲିଯିବାର 13 ଦିନ ପରେ ବି ଅନ୍ଧାରରେ ପ୍ରଭାବିତ ଅଞ୍ଚଳ । ବିନା ଲାଇଟ ଓ ଫ୍ୟାନରେ ଦିନ କାଟୁଛନ୍ତି ବାତ୍ୟା ବିପନ୍ନ । ଶକ୍ତିବିଭାଗର ବହୁ ଚେଷ୍ଟା ସତ୍ତ୍ବେ 12 ତାରିଖ ସୁଦ୍ଧା ରାଜଧାନୀରେ ଶତ ପ୍ରତିଶତ ବିଦ୍ୟୁତକରଣ ହୋଇନାହିଁ । ଆଉ ପୁରୀ କଥା ତ ନ କହିବା ଭଲ । ବିଦ୍ୟୁତ ପାଇଁ ଆହୁରୀ ମାସେ ସମୟ ଲାଗିବ ନେଇ ପୂର୍ବରୁ କହିସାରିଛନ୍ତି ଖୋଦ ବିଭାଗୀୟ ସଚିବ । ଏପରି ସ୍ଥିତିରେ ସାହାଯ୍ୟ ପାଇଁ ଆଗେଇଆସିଛି ପାୱାରଗ୍ରୀଡ ।
ମଙ୍ଗଳବାର ପାୱାରଗ୍ରିଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ, ଓଡିଶାରେ ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ସମସ୍ତ ପ୍ରକାର ସହାୟକ କରାଯିବ । ଜରୁରୀକାଳୀନ ପୁନଃ ଅବସ୍ଥାପନ ପ୍ରଣାଳୀ (ERS), ସ୍ବିଫ୍ଟ ଅପରେସନ ପ୍ରବନ୍ଧନ ଭଳି ଅତ୍ୟାଧୁନିକ କୌଶଳର ଉପଯୋଗ କରି ଶୀଘ୍ର ବିଦ୍ୟୁତକରଣ କରାଯିବ । ଏଥିଯୋଗୁଁ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଦିନରାତି 24 ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଛି ।