ହାଇଦ୍ରାବାଦ: କଞ୍ଚାମାଲ ରପ୍ତାନୀ ଉପରୁ କଟକଣା କୋହଳ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅପିଲ କଲେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା । ଏହି କଞ୍ଚାମାଲ ସବୁ କୋଭିଡ-19 ଭ୍ୟାକ୍ସିନ ପ୍ରସ୍ତୁତିରେ ବ୍ୟବହାର ହେଉଛି ।
ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଟ୍ବିଟ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଛନ୍ତି କି, ଯଦି ସତରେ ଆମେ କୋରୋନା ଭାଇରସକୁ ହରାଇବାକୁ ଏକଜୁଟ ରହିଛୁ ତେବେ କଞ୍ଚାମାଲ ରପ୍ତାନୀରେ ଲାଗିଥିବା ପ୍ରତିବନ୍ଧକ ହଟାଯାଉ । ଏ ନେଇ ଆମେରିକା ବାହାରେ ଥିବା ସମସ୍ତ ଭ୍ୟାକ୍ସିନ ଇଣ୍ଡଷ୍ଟ୍ରି ପକ୍ଷରୁ ମୁଁ ଅନୁରୋଧ କରୁଛି । ଯଦି ଏହି କଟକଣା ହଟିଯାଏ ତେବେ ଭ୍ୟାକ୍ସିନ ଉତ୍ପାଦନ ବଢିପାରିବ ।